ଭବାନୀପାଟଣା,୨୨।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାପାଟ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରାଣୀ ସମ୍ପଦ ବିଭାଗ। କାର୍ଯ୍ୟରେ ଅବହେଳା ନେଇ କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଅଭୟାରଣ୍ୟରେ ୭ ହାତୀଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ହାତୀମୃତ୍ୟୁର କାରଣ ଖୋଜି ରବିବାର ଦିଲ୍ଲୀ ଫେରିଯାଇଛି କେନ୍ଦ୍ରୀୟ ଟିମ୍।