କର୍ଲାପାଟ ହାତୀ ମୃତ୍ୟୁ ଘଟଣା: ତଦନ୍ତ କରି ଦିଲ୍ଲୀ ଫେରିଗଲେ କେନ୍ଦ୍ରୀୟ ଟିମ୍‌

ଭବାନୀପାଟଣା,୨୧।୨(ଡି.ଏନ୍‌.ଏ.): କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ପରେ ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ୩ ଜଣିଆ ଟିମ୍‌ କଳାହାଣ୍ଡି ଆସି ଦିନ ତମାମ ହାତୀ ମୃତ୍ୟୁ ସ୍ଥାନ ତେନ୍ତୁଳି ପଦର ଓ ଘୁଷୁରିଗୁଡି ଗାଁକୁ ଯିବା ସହ ବିଭିନ୍ନ ଗାଁକୁ ଯାଇ ତଦନ୍ତ କରିଥିଲେ। କେନ୍ଦ୍ରୀୟ ଟିମ୍‌ର ଏହି ବିଶେଷଜ୍ଞମାନେ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ। ଏଥିରେ ଡ. କରିକାଲନ ମାଥେସ, ବୈଜ୍ଞାନିକ ସେଣ୍ଟର ଅଫ୍‌ ଓ୍ବାଇଲ୍ଡ ଲାଇଫ୍‌, ଡ. ପିପି ପଣ୍ଡା କୋଅଡିନେଟର ନ୍ୟାଶନାଲ ଏଲିଫ୍ୟାଣ୍ଟ ସେଣ୍ଟର, ପ୍ରଫେସର ଡ. ନିରଞ୍ଜନ ସାହୁ ପହଞ୍ଚି କଳାହାଣ୍ଡି, ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି ଅଶୋକ କୁମାର, ଅତିରିକ୍ତ ନିର୍ଦ୍ଦେଶକ ପଶୁସମ୍ପଦ ଓ ପ୍ରାଣୀ ଚିକିତ୍ସା ପ୍ରତାପ କିଶୋର ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ। ହାତୀ ମୃତ୍ୟୁର କାରଣ ହ୍ୟୁମ୍‌ରେଜିକ ସେଫ୍‌ଟିସେମିଆ ବା ସାହାଣ ରୋଗ ବୋଲି ସ୍ପଷ୍ଟ ହେଲା ପରେ ଏହା କିପରି ଅଭୟାରଣ୍ୟର ହାତୀ ସଂକ୍ରମିତ ହେଲେ ୫ଟି ସ୍ଥାନରୁ ସାମ୍ପୁଲ ନେଇଛନ୍ତି କେନ୍ଦ୍ରୀୟ ଟିମ୍‌ । ଏହି ହାତୀ ମୃତ୍ୟୁ ହେଭି ଟ୍ରେସ ଦ୍ୱାରା ସଂକ୍ରମଣ ହୋଇ ମୃତ୍ୟୁବରଣ କରିଥିବା ସୂଚନା ଦେଇଛନ୍ତି କେନ୍ଦ୍ରୀୟ ଟିମ୍‌।

Share