Categories: ଜାତୀୟ

ରାଗିଲେ ଦୁଷ୍ୟନ୍ତ ଚୌତାଲା

ଚଣ୍ଡିଗଡ଼,୨୯ ।୮: କରନାଲ ଏସ୍‌ଡିଏମଙ୍କ ଭାଇରାଲ ଭିଡିଓ ଦେଖିବା ପରେ ହରିୟାଣାର ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଉକ୍ତ ଅଧିକାରୀଙ୍କ ବିରୋଧରେ ନିଶ୍ଚିତ ଭାବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୁଷ୍ୟନ୍ତ କହିଛନ୍ତି ଜଣେ ଆଇଏଏସ୍ ଭାବେ କୃଷକଙ୍କ ପ୍ରତି ଏଭଳି ଶବ୍ଦ ବ୍ୟବହାର କରିବା ନିନ୍ଦନୀୟ । ନିଶ୍ଚିତ ଭାବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନାଯୋଗ୍ୟ, କରନାଲର ଏସ୍‌ଡିଏମ୍ ଆୟୁଷ ସିହ୍ନାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କ ମୁଣ୍ଡ ଫଟାଇବାକୁ ପୋଲିସକୁ କହୁଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଏକ ସ୍ପଷ୍ଟିକରଣରେ କରନାଲ ଏସ୍‌ଡିଏମ ଆୟୁଷ ସିହ୍ନା କହିଛନ୍ତି ଗତ ଦୁଇ ଦିନ ହେବ ସେ ଶୋଇ ପାରି ନାହାନ୍ତି । ସେମାନେ ହୁଏତ ଜାଣି ନ ଥିବେ ଯେ କୃଷକମାନେ ମଧ୍ୟ ବର୍ଷରେ ୨୦୦ ଦିନ ଶୋଇ ପାରି ନାହାନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ କରନାଲ ଏସ୍‌ଡିଏମଙ୍କ ପ୍ରତିକ୍ରିୟା ମିଳି ସାରିଛି । ଆୟୁଷ ସିହ୍ନା କହିଛନ୍ତି ଅନେକ ସ୍ଥାନରେ ପଥର ଫିଙ୍ଗା ଆରମ୍ଭ ହୋଇଯାଇଥିଲା । କମ୍ ସମୟ ମଧ୍ୟରେ ଏହା ଅନୁପାତରେ ବଳ ପ୍ରୟୋଗ କରିବାକୁ କୁହାଯାଇଥିଲା । ଅନ୍ୟପଟେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର କରନାଲରେ ପ୍ରଦର୍ଶନ କରୁଥିବା କୃଷକଙ୍କୁ ନେଇ ପୋଲିସକୁ ସୁହାଇବା ଭଳି କଥା କହିଛନ୍ତି । ସେ କହିଛନ୍ତି ଶାନ୍ତି ପୂର୍ଣ୍ଣ ପ୍ରଦର୍ଶନର ଆଶ୍ୱାସନା ଦିଆଯାଇଥିଲା ହେଲେ ପୋଲିସ ଉପରକୁ ପଥର ଫିଙ୍ଗିବା ଓ ରାଜରାସ୍ତା ବନ୍ଦ କରିବା ଠିକ୍ ନ ଥିଲା ।

Share