Categories: ଜାତୀୟ

କର୍ନାଟକରେ ଗଣେଶ ପୂଜା ପାଇଁ ଆସିଲା ଗାଇଡ୍‌ଲାଇନ

ବେଙ୍ଗାଲୁରୁ,୬।୫: ଗଣେଶ ପୂଜା ପାଇଁ କର୍ନାଟକରେ ଜାରି ହେଲା ନୂଆ ଗାଇଡ୍‌ଲାଇନ । ଗାଇଡ୍‌ଲାଇନ ଅନୁସାରେ କୋଭିଡ ସଂକ୍ରମଣ ହାର ୨ ପ୍ରତିଶତରୁ କମ୍‌ ଥିବା ଜିଲାରେ ପୂଜା ହୋଇପାରିବ। କିନ୍ତୁ ଏହି ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭଯାତ୍ରା ଉପରେ କଟକଣା ରହିଛି। କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବମାଇ ଏହି ସୂଚନା ଦେଇଛନ୍ତି।

ଗାଇଡ୍‌ଲାଇନରେ ସଂଗଠନର କର୍ମକର୍ତ୍ତାମାନଙ୍କୁ ଟିକା ନେବାକୁ କୁହାଯାଇଛି। ସେପ୍ଟେମ୍ବର ୧୦ରୁ କର୍ନାଟକରେ ପାଞ୍ଚଦିନ ପାଇଁ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ୨୦ଜଣ ଲୋକଙ୍କୁ ଏକା ସଙ୍ଗେ ମଣ୍ଡପକୁ ପ୍ରବେଶ ଲାଗି ଅନୁମତି ଦିଆଯାଇଛି। ଘରୋଇ ମୂର୍ତ୍ତିର ଉଚ୍ଚତା ୨ଫୁଟ ରହିବା ବେଳେ ମଣ୍ଡପର ମୂର୍ତ୍ତିଗୁଡ଼ିକର ଉଚ୍ଚତା ୪ ଫୁଟ ରହିବ। ସେହିପରି ୫୦ଫୁଟ ରହିବ ପ୍ୟାଣ୍ଡଲର ଉଚ୍ଚତା । ଭସାଣିରେ ସାଂସ୍କୃତିକ ଶୋଭାଯାତ୍ରାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଶିକ୍ଷାନୁଷ୍ଠାନରେ ପୂଜା ବନ୍ଦ ରହିବ।

Share