Categories: ଜାତୀୟ

ଜୀବନ ନେଇପାରେ ଗୁପ୍‌ଚୁପ୍‌, ହୋଇପାରେ କ୍ୟାନ୍ସର

ନୂଆଦିଲ୍ଲୀ, ୦୩।୦୭: ଭାରତୀୟଙ୍କ ପସନ୍ଦର ସ୍ନାକ୍ସ ଭିତରେ ଗୁପ୍‌ଚୁପ୍‌ ମଧ୍ୟ ରହିଛି । କିନ୍ତୁ ଏହି ଗୁପ୍‌ଚୁପ୍‌କୁ ନେଇ ଏକ ଚମକାଇ ଦେଲାଭଳି ଖବର ସାମ୍ନାକୁ ଆସିଛି । ନିକଟରେ କର୍ଣ୍ଣାଟକର ସ଼୍ବାସ୍ଥ୍ୟ ବିଭାଗ ଏକ ସର୍ଭେ କରିଥିଲା । ଏହି ସର୍ଭେରେ କିଛି ଫୁଡ୍‌ ସାମ୍ପଲ୍‌ ସଂଗ୍ରହ କରି ପରୀକ୍ଷା କରାଯାଥିଲା । ଏଥିରେ ଗୁପ୍‌ଚୁପ୍‌ରେ କେତେକ ପ୍ରକାରର କେମିକାଲ୍ସ ମିଶାଯାଉଥିବା ଜଣାପଡ଼ିଥିଲା । ଯାହାକି କି ଶରୀରେ କ୍ୟାନ୍ସର ସୃଷ୍ଟି କରିପାରେ ।

ସ଼୍ବାସ୍ଥ୍ୟ ବିଭାଗ ରାଜ୍ୟର ବିଭିନ୍ନ ସ୍ଥାନରୁ ଗୁପ୍‌ଚୁପ୍‌ର ୨୫୦ ସାମ୍ପଲ ସଂଗ୍ରହ କରିଥିଲା । ଯାଞ୍ଚ ପରେ ୪୦ ସାମ୍ପଲ ଫୁଡ୍‌ ଷ୍ଟାଣ୍ଡାର୍ଡ ସର୍ତ୍ତ ପୁରୁଣ କରିପାରିନଥିଲା । ମିଡିଆ ରିପୋର୍ଟ ଅନୁସାରେ, ଯାଞ୍ଚ ସମୟରେ ଏହାର ନମୁନାରୁ କ୍ୟାନ୍ସର ସୃଷ୍ଟି କରୁଥିବା କେମିକାଲ୍‌ ମିଳିଥିଲା । ଏଥିରେ ବ୍ରିଲିଏଣ୍ଟ ବ୍ଲୁ, ଟାଷ୍ଟ୍ରେଜିନ୍‌ ଏବଂ ସନ୍‌ସେଟ୍‌ ୟେଲୋ ଭଳି ପଦାର୍ଥ ରହିଥିଲା । କୁହାଯାଉଛି କି ଏହି କେମିକାଲ୍‌ ଥିବା ଖାଦ୍ୟ ନିୟମିତ ଖାଇଲେ ଏହା ଶରୀରକୁ କ୍ଷତି ପହଞ୍ଚାଇଥାଏ ।

Share