Categories: ଜାତୀୟ

ବୁଧବାର କର୍ନାଟକ ବିଧାନସଭା ନିର୍ବାଚନ, ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, ୧୦୮୭ ଜଣ କୋଟିପତି…

ବେଙ୍ଗାଲୁରୁ,୯।୫ : କର୍ନାଟକ ବିଧାନସଭା ନିର୍ବାଚନ ବୁଧବାର ହେଉଛି। ରାଜ୍ୟର ସମସ୍ତ ୨୨୪ଟି ଆସନରେ ମତଦାନ ଅନୁଷ୍ଠିତ ହେବ। ଏହାର ଫଳାଫଳ ଶନିବାର ଦିନ ପ୍ରକାଶ ପାଇବ। ନିର୍ବାଚନ ମଇଦାନରେ ମୋଟ ୨୬୧୫ ଜଣ ପ୍ରାର୍ଥୀ ଅଛନ୍ତି। ବେଲଗାମ ଜିଲାର ୧୮ ଟି ବିଧାନସଭା ଆସନରୁ ସର୍ବାଧିକ ୧୮୭ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ୧୦୮୭ ଜଣ କୋଟିପତି ଅଛନ୍ତି।

ପ୍ରାର୍ଥୀଙ୍କ ହାରାହାରି ଧନ ୧୨ କୋଟିରୁ ଅଧିକ। ଚାରିଜଣ ପ୍ରାର୍ଥୀ ଏଭଳି ଅଛନ୍ତି, ଯେଉଁମାନଙ୍କର ସମ୍ପତ୍ତି ଏକ ହଜାର କୋଟିରୁ ଅଧିକ। ୫୯୨ ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ପାଞ୍ଚ କୋଟି ଅବା ଏହାଠାରୁ ଅଧିକ ରହିଛି।
୨୭୨ ପ୍ରାର୍ଥୀଙ୍କ ସମ୍ପତ୍ତି ୨ କୋଟିରୁ ୫ କୋଟି ମଧ୍ୟରେ ରହିଛି। ୪୯୩ ପ୍ରାର୍ଥୀଙ୍କ ପାଖରେ ୫୦ ଲକ୍ଷରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ସମ୍ପତ୍ତି ରହିଛି। ୫୭୮ ପ୍ରାର୍ଥୀ ସେମାନଙ୍କର ନିର୍ବାଚନୀ ସତ୍ୟପାଠରେ ଘୋଷଣା କରିଛନ୍ତି, ସେମାନଙ୍କର ସମ୍ପତ୍ତି ୧୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ୬୫୧ ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୧୦ ଲକ୍ଷ ଟଙ୍କାରୁ କମ ରହିଛି।

Share