Categories: ଜାତୀୟ

‘ଦକ୍ଷିଣ ଦ୍ୱାର’ରେ ଭାଜପାର ପ୍ରସ୍ଥାନ, କର୍ନାଟକରେ କଂଗ୍ରେସ କିଙ୍ଗ

ବେଙ୍ଗାଲୁରୁ,୧୩।୫: କର୍ନାଟକରେ ୧୨୨ ଆସନରେ କଂଗ୍ରେସ ବାଜି ମାରିଛି। ୭୦ଟି ଆସନରେ ଭାରତୀୟ ଜନତା ପାର୍ଟି(ଭାଜପା) ଆଗରେ ରହିଛି। କଂଗ୍ରେସରଏହି ବିଜୟକୁ ନେଇ ଡିକେ ଶିବକୁମାର ତାଙ୍କ ଘରୁ ଜନତାଙ୍କ ଅଭିବାଦନ ସ୍ବୀକାର କରିଛନ୍ତି।
କର୍ନାଟକରେ କଂଗ୍ରେସର ବିଜୟ ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ରାୟପୁରରେ ମିଠା ବାଣ୍ଟିଛନ୍ତି। ସେ କହିଛନ୍ତି ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଗରେ ରଖି ଭୋଟ ଅପିଲ କରାଯାଇଥିବା ବେଳେ ଏହା ମୋଦିଙ୍କ ପରାଜୟ। ବଜରଙ୍ଗବଲିଙ୍କ ଗଦା ଭ୍ରଷ୍ଟାଚାରୀଙ୍କ ଉପରେ ପଡିଛି ବୋଲି ସେ କହିଛନ୍ତି।

Share