Categories: Uncategorized

ବିଜୟ ପଥେ କଂଗ୍ରେସ, କାଲି ବିଧାୟକ ଦଳର ବୈଠକ, ୫ ଷ୍ଟାର ହୋଟେଲରେ ୫୦ ରୁମ୍‌ ବୁକ

ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନର ଗଣତି ଶନିବାର ସକାଳୁ ଆରମ୍ଭ ହୋଇଯାଇଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଗଣତି ପରେ କଂଗ୍ରେସକୁ ବହୁମତ ମିଳିବା ଦେଖାଯାଉଛି। ଏବେ ପର୍ଯ୍ୟନ୍ତ ମିଳିଥିବା ଫଳଫଳ ଅନୁଯାୟୀ, କଂଗ୍ରେସ ୧୧୯ଟି ଆସନରେ ଆଗରେ ରହିଛି। ଅନ୍ୟପଟେ ଭାରତୀୟ ଜନତା ପାର୍ଟି(ଭାଜପା) ୭୨ ଆସନରେ ଆଗରେ ଥିବା ବେଳେ ଜେଡିଏସ ୨୬ ଆସନରେ ଆଗରେ ରହିଛି। କଂଗ୍ରେସ ବେଙ୍ଗାଲୁରୁରେ ୫ ଷ୍ଟାର ହିଲଟନ ହୋଟେଲରେ ୫୦ଟି କୋଠରି ବୁକ କରିଛି। ବିଜୟି ହୋଇଥିବା ବିଧାୟକମାନେ ରାତି ୮ଟା ସୁଦ୍ଧା ହୋଟେଲରେ ପହଞ୍ଚିବାକୁ କୁହାଯାଇଛି। ଆସନ୍ତାକାଲି ଅର୍ଥାତ୍‌ ରବିବାର କଂଗ୍ରେସ ବିଧାୟକ ଦଳର ବୈଠକ ଡାକିଛି।
ସୂଚନାଯୋଗ୍ୟ, ମେ’ ୧୦ରେ କର୍ନାଟକ ବିଧାନସଭାର ସମସ୍ତ ୨୨୪ ଆସନ ଲାଗି ଭୋଟ ଗ୍ରହଣ କରାଯାଇଥିଲା। ଗୋଟିଏ ପଟେ ଶାସକ ଭାଜପା ପୁଣିଥରେ କ୍ଷମତା ହାସଲ କରିବାକୁ ତା’ର ସମସ୍ତ ଶକ୍ତି ଲଗାଇ ଦେଇଥିବା ବେଳେ ଅନ୍ୟପଟେ କଂଗ୍ରେସ ଭାଜପାକୁ ହରାଇବାକୁ ବି ତା’ର ସମସ୍ତ ଶକ୍ତି ଲଗାଇ ଦେଇଛି।