ବେଙ୍ଗାଲୁରୁ,୧୨।୪: କର୍ନାଟକ ବିଧାନସଭା ନିର୍ବାଚନକୁ ଆଉ ଗୋଟିଏ ମାସରୁ କମ ସମୟ ରହିଛି। କର୍ନାଟକର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭଦିଙ୍କୁ ଅଥାନି ନିର୍ବାଚନ ମଣ୍ଡଳୀରୁ ଟିକେଟ ନ ମିଳିବାରୁ ସେ ନାରାଜ ଥିବା ବେଳେ, ଏବେ ସେ ବିଧାନ ପରିଷଦ ସଦସ୍ୟ ଓ ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ସାଭଦି ଇସ୍ତଫା ଦେଇ କହିଛନ୍ତି, ମୁଁ ମୋର ନିଷ୍ପତ୍ତି ନେଇ ସାରିଛି, ମୁଁ ଭିକ୍ଷା ଥାଳି ନେଇ ବୁଲିବା ଲୋକଙ୍କ ମଧ୍ୟରୁ ଜଣେ ନୁହେଁ। ମୁଁ ଜଣେ ସ୍ବାଭିକମାନି ରାଜନେତା। କୌଣସି ଚାପରେ ଆସି କାମ କରୁ ନାହିଁ।
Posted inଜାତୀୟ