Categories: ଜାତୀୟ

ପ୍ରଥମ ପର୍ଯ୍ୟାୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ପଛରେ, ଆଗରେ ଚାଲିଛନ୍ତି ଶେଟ୍ଟାର

ବେଙ୍ଗାଲୁରୁ,୧୩।୫: ଶନିବାର ସକାଳୁ ଆରମ୍ଭ ହୋଇଛି କର୍ନାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି। ରାଜ୍ୟର ୨୨୪ ବିଧାନସଭା ଆସନ ପାଇଁ ୨୬୧୫ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି। ଏହି ମୁକାବିଲା କଂଗ୍ରେସ, ଭାରତୀୟ ଜନତା ପାର୍ଟି(ଭାଜପା) ଓ ଜେଡିଏଓ ମଧ୍ୟରେ ହେଉଛି। ଭାଜପା ସମ୍ନାରେ ଏବେ ବହୁତ ବଡ ଚ୍ୟାଲେଞ୍ଜ। ଏକଜିଟ ପୋଲର ଆକଳନ ଯାହା କହିଛି ଏଥର କର୍ନାଟକରେ କଂଗ୍ରେସ ଶାସନ କ୍ଷମତା ହାତେଇପାରେ। ଆଉ ଭାଜପା ଏବେ ଏହାକୁ ପରିବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ଏପଟେ ଜେଡିଏସ ନିଜକୁ କିଙ୍ଗମେକର ଭାବେ ଦେଖୁଛି।
କର୍ନାଟକ ବିଧାନସଭା ନିର୍ବାଚନରେ ବଡ ବଡ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି।ଏଥିରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ପ୍ରଦେଶ ଅଧ୍ୟକ୍ଷ ଡିକେ ଶିବକୁମାର, ଜଗଦିଶ ଶେଟ୍ଟାର ଓ କୁମାରସ୍ବାମୀ ରହିଛନ୍ତି। ମୁଖ୍ୟ ଲଢେଇ କଂଗ୍ରେସ, ଭାଜପା ଓ ଜେଡିଏସ ମଧ୍ୟରେ ହେଉଛି।
ପ୍ରଥମ ପର୍ଯ୍ୟାୟ ଗଣତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ମୁଖ୍ୟ କୁମାରସ୍ବାମୀ ପଛରେ ଥିବା ବେଳେ ୨-୩ ଘଣ୍ଟା ପରେ ଏହା ପରିବର୍ତ୍ତନ ହୋଇଯିବ ବୋଲି ସେ କହିଛନ୍ତି।
ଲିଙ୍ଗାୟତ ନେତା ଜଗଦିଶ ଶେଟ୍ଟାର ଏଥର କଂଗ୍ରେସ ଟିକେଟରୁ ନିର୍ବାଚନ ଲଢୁଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସେ ହୁବଲି ଓ ଧାରବାଡ ସେଣ୍ଟ୍ରାଲ ଆସନରେ ଆଗରେ ଚାଲିଛନ୍ତି। ତାଙ୍କୁ ଏଥର ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ ଯୋଗ ଦେଇଥିଲେ।

Share