Categories: ଜାତୀୟ

କର୍ନାଟକରେ ଭାଜପା ୧୩୫ ଆସନ ଜିତି ସରକାର ଗଢିବ: ନିର୍ବାଚନ ପୂର୍ବରୁ ୟେଦୁରପ୍ପାଙ୍କ ପୂର୍ବାନୁମାନ

ବେଙ୍ଗାଲୁରୁ,୮।୫: ଭାରତୀୟ ଜନତା ପାର୍ଟି (ଭାଜପା)ର ବରିଷ୍ଠ ନେତା ତଥା ବେଙ୍ଗାଲୁରୁର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଆସନ୍ତା ୧୦ରେ ହେବାକୁ ଥିବା କର୍ନାଟକ ନିର୍ବାଚନକୁ ନେଇ ଏକ ବଡ ଦାବି କରିଛନ୍ତି। ୟେଦୁରପ୍ପା କହିଛନ୍ତି, କର୍ନାଟକ ବିଧାନସଭା ନିର୍ବାଚନରେ ୧୩୦ରୁ ୧୩୫ଟି ଆସନ ଜିତି ତାଙ୍କ ଦଳ କ୍ଷମତାକୁ ଫେରିବ। ଏଥିସହ ୟେଦୁରପ୍ପା କଂଗ୍ରେସକୁ ଏକ ବୁଡ଼ି ଯାଉଥିବା ଜାହାଜ ବୋଲି ମଧ୍ୟ କହିଛନ୍ତି। ସେ କହିଛନ୍ତି, କଂଗ୍ରେସ ନେତା ସିଦ୍ଧରମୈୟା ବରୁଣା ନିର୍ବାଚନମଣ୍ଡଳୀରୁ ହାରିବେ।

ୟେଦୁରପ୍ପା ଆହୁରି କହିଛନ୍ତି, ବରୁଣା ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ବି.ସୌମେତ୍ର ଦିନରାତି ଏହି ଅଞ୍ଚଳରେ କାର୍ଯ୍ୟ କରିଛନ୍ତି ଏବଂ ସେ ବିଜୟୀ ହେବେ। ଆଉ
ସିଦ୍ଧରମୈୟା ହାରିବେ।

ଭାଜପାର ବିଜୟର ପୂର୍ବାନୁମାନ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା କହିଛନ୍ତି, ମୁଁ ଆଜି ଆପଣଙ୍କୁ କହୁଛି ଯେ, ଆମେ ହିଁ କର୍ନାଟକରେ ସରକାର ଗଢିବାକୁ ଯାଉଛୁ। ଏହା ପୂର୍ବରୁ ମଧ୍ୟ କହିଥିଲି, ତାହା ମଧ୍ୟ ସତ ହେଲା।

Share