Categories: ଜାତୀୟ

ମିଳିଳାନି ଟିକେଟ୍‌, ଅସନ୍ତୋଷ ପ୍ରକାଶ କଲେ ରାମଦାସ

ବେଙ୍ଗାଲୁରୁ,୧୮।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ତିନୋଟି ତାଲିକାରେ ଭାଜପା ୨୨୨ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳରେ ଅସନ୍ତୋଷ ଓ ବିଦ୍ରୋହ ମଧ୍ୟରେ ତିନିଜଣ ବରିଷ୍ଠ ନେତାଙ୍କ ପରିବାର ସଦସ୍ୟଙ୍କୁ ସ୍ଥାନ ଦିଆଯାଇଛି। ତେବେ ମୈଶୁର ସହରର କୃଷ୍ଣରାଜ ନିର୍ବାଚନମଣ୍ଡଳୀରୁ ଟିକେଟ୍‌ ନ ପାଇ ବରିଷ୍ଠ ନେତା ଏସ୍‌.ଏ. ରାମଦାସ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୋମବାର ଭାଜପା ତୃତୀୟ ପର୍ଯ୍ୟାୟରେ୧୦ଟି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଦଳ ଏ ପର୍ଯ୍ୟନ୍ତ ଶିବାମୋଗା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ଯେଉଁଠାରେ ପୂର୍ବତନ ମନ୍ତ୍ରୀ କେ.ଏସ ଈଶ୍ୱରପ୍ପା ପ୍ରତିନିଧିତ୍ୱ କରୁଛନ୍ତି ।

 

 

Share