Posted inଜାତୀୟ

ଗଣେଶ ଚତୁର୍ଥୀ: ସାଢେ ୫୨ ଲକ୍ଷ କଏନ, ଅଢେଇ ଲକ୍ଷ ନୋଟରେ ସଜା ହେଲା ମନ୍ଦିର

ବେଙ୍ଗାଲୁରୁ,୧୮।୯: ଗଣେଶ ଚତୁର୍ଥୀ ଉତ୍ସବ କେବଳ ମହାରାଷ୍ଟ୍ରରେ ନୁହେଁ ଦେଶର ଅନ୍ୟ ଭାଗରେ ମଧ୍ୟ ପାଳନ କରାଯାଇଥାଏ। ଏହି ବିଶେଷ ପର୍ବ ଅବସରରେ କର୍ନାଟକ ବେଙ୍ଗାଲୁରୁର ଶ୍ରୀ ସତ୍ୟ ଗଣପତି ମନ୍ଦିର ଏହାର ପରିସରକୁ ଭାରତୀୟ ଟଙ୍କା ସହିତ ସଜାଇଥିଲା। ମୁଦ୍ରା ବ୍ୟତୀତ ମନ୍ଦିର ପରିସରକୁ ସଜାଇବା ପାଇଁ ନୋଟ ମଧ୍ୟ ବ୍ୟବହାର କରାଯାଇଛି।
ଜେପି ନଗରରେ ଅବସ୍ଥିତ ଶ୍ରୀ ସତ୍ୟ ଗଣପତି ମନ୍ଦିର ଗଣେଶ ଚତୁର୍ଥୀ ପାଇଁ ୫୦୦,୨୦୦,୧୦୦,୫୦,୨୦ ଏବଂ ୧୦ଟଙ୍କିଆ ନୋଟ ଏବଂ ମୁଦ୍ରା ସାହାଯ୍ୟରେ ସଜାଇଛନ୍ତି। ମନ୍ଦିର ଟ୍ରଷ୍ଟି ମୋହନ ରାଜୁ ଗଣମାଧ୍ୟମ ସହ କଥାହୋଇ କହିଛନ୍ତି ଯେ ପ୍ରତିବର୍ଷ ମନ୍ଦିର ପରିସର ବିଭିନ୍ନ ଢଙ୍ଗରେ ସଜା ହୋଇଥାଏ।
ସେ କହିଛନ୍ତି, ଗତ ୧୧ବର୍ଷ ଧରି ଆମେ ସର୍ବଦା ବିଭିନ୍ନ ଉପାୟରେ ଆଳଙ୍କାର କରିଆସୁଛୁ। ଏଥର ମନ୍ଦିରର ସମସ୍ତ ଟ୍ରଷ୍ଟିମାନେ ମୁଦ୍ରା ଏବଂ ନୋଟ ସାହାଯ୍ୟରେ କିଛି ଅଲଗା କରିବାକୁ ଚିନ୍ତା କଲେ। ପରିସରକୁ ସଜାଇବା ପାଇଁ ମୋଟ ୫୨.୫୦ଲକ୍ଷ ମୁଦ୍ରା ଏବଂ ୨ କୋଟି ୬ଲକ୍ଷ ନୋଟ ବ୍ୟବହାର କରାଯାଇଥିଲା। ପ୍ରତିବର୍ଷ ଆମେ କିଛି ଅଲଗା କରିଥାଉ।
ବିଗତ କିଛି ବର୍ଷ ମଧ୍ୟରେ ମନ୍ଦିର ପରିଚାଳକମାନେ ମଧ୍ୟ ଘର ସଜାଇବା ପାଇଁ ଫୁଲ, ମକା ଦାନା ଏବଂ କଞ୍ଚା ବନ୍ଧାକୋବି ବ୍ୟବହାର କରିଥିଲେ। ଗଣେଶ ଚତୁର୍ଥି ୧୯ସେପ୍ଟେମ୍ବରରୁ ଆରମ୍ଭ ହେବ ଏହା ଅନନ୍ତ ଚତୁର୍ଦ୍ଦଶୀରେ ୧୧ ଦିନ ପରେ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭଲରୁ ମିଳିଲା ୧୫୦ ବର୍ଷର ପୁରୁଣା କୂଅ, ସୁଡ଼ଙ୍ଗ

ସମ୍ଭଲ, ୨୩।୧୨: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଚନ୍ଦୌସିଠାରେ ରବିବାର ଏକ ଜମିକୁ ଖନନ କରାଯାଉଥିବାବେଳେ ୧୫୦ ବର୍ଷର ପୁରୁଣା ଏକ ବିଶାଳକାୟ ପାହାଚ ବିଶିଷ୍ଟ କୂଅ ମିଳିଛି। ସେହିପରି...

କୁଏଟ୍‌ରେ ଗଞ୍ଜାମ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩ା୧୨: କୁଏଟ୍‌ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରହୁଥିବା ଗଞ୍ଜାମ ଜିଲାର ଜଣେ ଶ୍ରମିକଙ୍କ ସହ ଶନିବାର କଥା ହୋଇଥିଲେ। ବବୁଲ ନାମକ...

କୁଏତ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧୨: ଦୁଇ ଦିନିଆ କୁଏତ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାତିରେ ଦିଲ୍ଲୀରେ ପହଞ୍ଚିଛନ୍ତି। କୁଏତରେ ପ୍ରଧାନମନ୍ତ୍ରୀ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମରେ...

ଇଚ୍ଛାମୃତ୍ୟୁ ଦାବି କରିଥିବା କୃଷକଙ୍କୁ ୯.୯୧ ଲକ୍ଷ ଟଙ୍କା ଜରିମାନା:ଜାଣନ୍ତୁ କାହିଁକି

ଝୁନ୍‌ଝୁନୁ,୨୨ା୧୨:ଇଚ୍ଛାମୃତ୍ୟୁ ଦାବି କରୁଥିବା ରାଜସ୍ଥାନ ଝୁନ୍‌ଝୁନୁ ଜିଲାର ଜଣେ କୃଷକ ଓ ତାଙ୍କ ପରିବାର ଆତ୍ମଦାହ ଉଦ୍ୟମ କରୁଥିବାବେଳେ ପୋଲିସ ପହଞ୍ଚତ୍ ସେମାନଙ୍କୁ ଅଟକାଇଥିଲା। ଶ୍ରୀ...

ବଢିଲା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ: ସମନ ପଠାଇଲେ କୋର୍ଟ

ବରେଲି,୨୨ା୧୨:ଲୋକ ସଭା ନିର୍ବାଚନ ସମୟରେ ଅର୍ଥନୈତିକ ସର୍ଭେକୁ ନେଇ କଂଗ୍ରେସ ଏମ୍‌ପି ତଥା ଲେକା ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ...

ଅଲ୍ଲୁ ଅର୍ଜୁନଙ୍କ ଘର ଉପରକୁ ପଥର ମାଡ଼

ହାଇଦ୍ରାବାଦ,୨୨ା୧୨:ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ‘ପୁଷ୍ପା-୨: ଦି ରୁଲ୍‌’ ଚଳଚ୍ଚିତ୍ରର ପ୍ରିମିୟର ଚାଲିଥିବାବେଳେ ଅଭିନେତା ଅଲ୍ଲୁ ଅର୍ଜୁନ ହଠାତ୍‌ ସେଠାରେ ପହଞ୍ଚତ୍ୟିବାରୁ ଦଳାଚକଟା ଘଟି...

ଜୟପୁର ଦୁର୍ଘଟଣାର ଛାତିଥରା କାହାଣୀ: ଜଳନ୍ତା ଅବସ୍ଥାରେ ଅଢେଇ କିଲୋମିଟର ଦୌଡିଲେ ୩୦ ଲୋକ

ଜୟପୁର,୨୨।୧୨: ରାଜସ୍ଥାନ ଜୟପୁରରେ ହୋଇଥିବା ଭୟଙ୍କର ସଡ଼କ ଦୁର୍ଘଟଣା ଏବେ ପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭି ନାହିଁ। ଏହି ଦୁର୍ଘଟଣାରେ ୧୪ ଜଣ ଜୀବନ୍ତ ଦଗ୍ଧ...

ବିବାହ ପାଇଁ ପ୍ରସ୍ତୁତ ହେଉଥିବା ପରିବାର ଏବେ ଅପେକ୍ଷା କରିଛନ୍ତି ଝିଅର ମୃତ ଦେହକୁ

ଶିମଲା,୨୨।୧୨: ପଞ୍ଜାବର ସୋହାନା, ମୋହାଲିରେ ଭୁଷୁଡି ପଡିଥିବା ବିଲଡିଂକୁ ନେଇ ହିମାଚଳ ପ୍ରଦେଶର ଏକ ପରିବାରରେ ଶୋକର ଛାୟା ଖେଳିଯାଇଛି। ନିଜ ଝିଅର ବିବାହ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri