Categories: ଜାତୀୟ

କର୍ନାଟକରେ ଦଳ ବିରୋଧୀ କାର୍ଯ୍ୟାଳାପ ଯୋଗୁ ୧୧ଜଣଙ୍କୁ ନୋଟିସ୍‌ ଜାରି କଲା ଭାଜପା

ବେଙ୍ଗାଲୁରୁ,୩୦।୬:କର୍ନାଟକ ଭାଜପା ଏହାର କର୍ମକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଧାନସଭା ନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟକଳାପ କରିଥିବାରୁ ନଳର ୧୧ଜଣ କର୍ମୀଙ୍କୁ ନୋଟିସ ଜାରି କରିଛି। ଏହି କର୍ମୀମାନେ ଦଳ ବିରୋଧରେ ସର୍ବସାଧାରଣରେ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। କର୍ନାଟକ ଭାଜପା ସଭାପତି ନାଲିନ କୁମାର କାଟେଲ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସଂସଦୀୟ ବୋର୍ଡ ସଦସ୍ୟ ବିଏସ ୟେଦରୁପ୍ପା ଯୋଗ ଦେଇ ଏକ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି।

Share