Categories: ଜାତୀୟ

‘ମୁଁ ବିଧାୟକଙ୍କ ଝିଅ, ମୋତେ ଛାଡିଦିଅ’

ବେଙ୍ଗାଲୁରୁ,୧୦।୬: କର୍ନାଟକରେ ଭାଜପା ବିଧାୟକ ଅରବିନ୍ଦ ନିମ୍ବାୱାଲୀଙ୍କ ଝିଅ ଟ୍ରାଫିକ୍‌ ପୋଲିସଙ୍କ ଝଗଡା କରିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ପୋଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି।
ସୂଚନାନୁସାରେ, ଭାଜପା ବିଧାୟକ ଅରବିନ୍ଦ ନିମ୍ବାୱାଲୀଙ୍କ ଝିଅ ବିଏମଡବ୍ଲ୍ୟୁ କାରରେ ନିଜ ସାଙ୍ଗମାନଙ୍କ ସହ କୌଣସି ସ୍ଥାନକୁ ଯାଉଥିଲେ। ବେଙ୍ଗାଲୁରୁର ରାଜ ଭବନ ନିକଟରେ ସେ ଟ୍ରାଫିକ ସିଗନାଲ ଭାଙ୍ଗିଥିଲେ। ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ତାଙ୍କୁ ଅଟକାଇ ତାଙ୍କ ଉପରେ ୧୦ ହଜାର ଟଙ୍କା ଜୋରିମନା ଦେବାକୁ କହିଥିଲେ। ଏହା ପରେ ନିମ୍ବାୱାଲୀଙ୍କ ଝିଅ କାର୍‌ରୁ ବାହରକୁ ଆସି ପୋଲିସ କର୍ମଚାରୀଙ୍କ ସହ ପାଟିତୁଣ୍ଡ କରି ‘ମୁଁ ବିଧାୟକଙ୍କ ଝିଅ, ମୋ ଗାଡି ଛାଡ’ ବୋଲି କହିଥିଲେ।
ତେବେ ପୋଲିସ ଝିଅଟିର କୌଣସି କଥା ନ ଶୁଣି ତାଙ୍କ ଉପରେ ୧୦ ହଜାର ଟଙ୍କା ଜୋରିମନା ଲଗାଇଥିଲା। ତାଙ୍କ ପାଖରେ ଟଙ୍କା ନାହିଁ, ତେଣୁ ତାଙ୍କୁ ଛାଡିଦିଅ ବୋଲି ଝିଅଟି କହିଥିଲେ। ପୋଲିସ ରାଜି ହୋଇ ନ ଥିଲା, ଏହା ପରେ କାରରେ ବସିଥିବା ତାଙ୍କ ବନ୍ଧୁ ଜୋରିମନା ଦେଇଥିଲେ।

Share