ବେଙ୍ଗାଲୁରୁ,୩।୩: କର୍ନାଟକ ଲୋକାୟୁକ୍ତ ଦୁର୍ନୀତି ନିବାରଣ ୱିଙ୍ଗ ୪୦ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଭାଜପା ବିଧାୟକ ବିରୁପକ୍ଷପ୍ପା ମାଡାଲଙ୍କ ପୁଅକୁ ଗିରଫ କରିଛି। ବିଧାୟକଙ୍କ ପୁଅ ପ୍ରଶାନ୍ତ ମାଡାଲ ତାଙ୍କ କାର୍ଯ୍ୟାଳୟରୁ ଲାଞ୍ଚ ନେଉଥିବା ବେଳେ ଲୋକାୟୁକ୍ତ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଲୋକାୟୁକ୍ତଙ୍କୁ ଲାଞ୍ଚ ଦାବିରେ ଏହି ଅଭିଯୋଗ ଆସିଥିଲା। ସରକାରୀ ସୂତ୍ର ଅନୁଯାୟୀ, ପ୍ରଶାନ୍ତଙ୍କ କାର୍ଯ୍ୟାଳୟରୁ ୧.୭ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି।
ସୂଚନାଯୋଗ୍ୟ,ବିରୁପକ୍ଷପ୍ପା କର୍ନାଟକ ସାବୁନ ଏବଂ ଡିଟରଜେଣ୍ଟ ଲିମିଟେଡର ଅଧ୍ୟକ୍ଷ ଅଛନ୍ତି।