Categories: ଜାତୀୟ

କର୍ନାଟକ ଆଣିଲା ଗୋହତ୍ୟା ନିରୋଧୀ ଆଇନ

ବେଙ୍ଗାଲୁରୁ,୧୦ା୧୨(ଆଇଏଏନ୍‌ଏସ୍‌): ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ କକ୍ଷତ୍ୟାଗ ମଧ୍ୟରେ ଭାଜପା ଶାସିତ କର୍ନାଟକ ବିଧାନସଭାରେ ବୁଧବାର ଗୋହତ୍ୟା ନିରୋଧୀ ବିଲ୍‌ ଗୃହୀତ ହୋଇଛି। ୟେଦୁରପ୍ପା ସରକାରଙ୍କ ପକ୍ଷରୁ ଗୃହରେ କର୍ନାଟକ ଗୋହତ୍ୟା ନିବାରଣ ଓ ଗୋରୁ ସଂରକ୍ଷଣ ବିଲ୍‌,୨୦୨୦ ଆଗତ କରାଯାଇଥିଲା। ହଜ୍‌, ଓ୍ବାକଫ୍‌ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ପ୍ରଭୁ ଚୌହାନ ଏହି ବିଲ୍‌କୁ ଆଗତ କରିବା ମାତ୍ରେ ବିରୋଧୀ ଦଳ ନେତା ସିଦ୍ଦାରାମାୟା ଏବଂ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ନେତା ଏଚ୍‌.କେ. କୁମାରସ୍ବାମୀ ଗୃହର ମଧ୍ୟଭାଗକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଧେୟକକୁ ବିଜ୍‌ନେସ୍‌ ଆଡ୍‌ଭାଇଜରି କମିଟି ଆଗରେ ଆଲୋଚନା ପାଇଁ ଉପସ୍ଥାପନ କରା ନ ଯାଇ ଗୃହକୁ ଅଣାଯାଇଥିବାରୁ ସେମାନେ କକ୍ଷତ୍ୟାଗ କରିଥିଲେ। ସିଦ୍ଦାରାମାୟା ଏହାକୁ ଅସାମ୍ବିଧାନିକ ପଦକ୍ଷେପ ବୋଲି ସମାଲୋଚନା କରିଥିବାବେଳେ ଅଭିଯୋଗକୁ ବାଚସ୍ପତି ବିଶ୍ୱେଶ୍ୱର ହେଗ୍‌ଡେ ଖଣ୍ଡନ କରିଛନ୍ତି।

Share