Categories: ଜାତୀୟ

କର୍ନାଟକରେ ମହଙ୍ଗା ହେବ ମଦ

ବେଙ୍ଗାଲୁରୁ,୭।୭: କର୍ନାଟକ ବିଧାନସଭାରେ ଶୁକ୍ରବାର ନବନିର୍ବାଚିତ କଂଗ୍ରେସ ସରକାର ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି।ଏହି ବଜେଟ ଅଧିବେଶନରେ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଓ ବିଧାନସଭା ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ନେଇ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।
ଏହି ସମୟରେ ସରକାର ତାଙ୍କର ୫ଟି ନିର୍ବାଚନ ପ୍ରତିଶ୍ରୁତିକୁ ପୂରଣ କରିବାକୁ ନେଇ ବଜେଟରେ ଯୋଜନା ରଖିଛନ୍ତି। ଏହା ବ୍ୟତୀତ ବଜେଟ ଉପସ୍ଥାପନ କରିବା ସମୟରେ କର୍ନାଟକ ସରକାର ମଦ ଓ ବିୟରରେ ଅବକାରୀ ଶୁଳ୍କ ବଢାଇବାକୁ ଘୋଷଣା କରିଛନ୍ତି।

Share