Categories: ଜାତୀୟ

ଜି ପରମେଶ୍ୱର, ଏମ ବି ପାଟିଲଙ୍କ ସମେତ ସିଦ୍ଦାରାମାୟାଙ୍କ ସରକାରରେ ୧୧ ନେତା ହୋଇପାରନ୍ତି ମନ୍ତ୍ରୀ

ବେଙ୍ଗାଲୁରୁ,୧୮।୫: କର୍ନାଟକରେ ସରକାର ଗଠନ କରିବାକୁ ନେଇ କଂଗ୍ରେସ ପକ୍ଷରୁ ଗୁରୁବାର ଅଫିସିୟାଲି ଘୋଷଣା କରାଯାଇଛି। ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦାରାମାୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାରଙ୍କ ନାମ ଘୋଷଣା କରାଯାଇଛି। କର୍ନାଟକ କ୍ୟାବିନେଟର ସମ୍ଭାବିତ ମନ୍ତ୍ରୀଙ୍କ ସୂଚୀ ବି ସାମ୍ନାକୁ ଆସିଛି।

ଜି ପରମେଶ୍ୱର, ଏମବି ପାଟିଲ, କେଜେ ଜର୍ଜ, ପ୍ରିୟଙ୍କା ଖାର୍ଗେ, ବି.ଆର ରେଡ୍ଡୀ, ରୂପା ଶଶିଧର (କେ.ଏଚ ମୁନିୟାପ୍ପାଙ୍କ ଝିଅ), ଈଶ୍ୱର ଖଣ୍ଡେ, ଜାମିର ଅହମ୍ମଦ, ତନଭୀର ସୌତ, ଲକ୍ଷ୍ମଣ ସାଭଦିି, କୃଷ୍ଣା ବାୟରେ ଗୌଡା ସିଦ୍ଦାରାମାୟାଙ୍କ ସରକାରରେ ମନ୍ତ୍ରୀ ହୋଇପାରନ୍ତି। ଜି ପରମେଶ୍ୱର ରାଜ୍ୟର ପୂର୍ବତନ ଡେପୁଟି ସିଏମ ରହିସାରିଛନ୍ତି। ଦୀର୍ଘ ଦିନ ଧରି କର୍ଣ୍ଣାଟକ କଂଗ୍ରେସର ସଭାପତି ହେବା ବ୍ୟତୀତ ସେ ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରଣାଳୟ ମଧ୍ୟ ସମ୍ଭାଳିଛନ୍ତି।
ଏମବି ପାଟିଲ ଜଣେ ପୂର୍ବତନ ଏମପି ତଥା ସିଦ୍ଦାରାମାୟାଙ୍କ ପୂର୍ବ ସରକାରରେ ଜଣେ ମନ୍ତ୍ରୀ ଥିଲେ। ସେ ପ୍ରଭାବଶାଳୀ ଲିଙ୍ଗାୟତ ସମ୍ପ୍ରଦାୟର ଅଟନ୍ତ। କେଜେ ଜର୍ଜ ଦଳର ଜଣେ ବରିଷ୍ଠ ନେତା। ସେ ଏଚଡି କୁମାରସ୍ବାମୀ ଏବଂ ସିଦ୍ଦାରାମାୟା ସରକାରରେ ମନ୍ତ୍ରୀ ରହିସାରିଛନ୍ତି।

Share