Categories: ଜାତୀୟ

ଇସ୍ତଫା ଦେଇ ପାରନ୍ତି ୟେଦୁରପ୍ପା

ନୂଆଦିଲ୍ଲୀ,୧୭ ।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହୁ ନ ଥିବାରୁ ସେ କୁଆଡେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ହେଲେ ଏଭଳି ଖବରକୁ ମିଛ ବୋଲି କହିଛନ୍ତି ୟେଦୁରପ୍ପା । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଧିକ ବୟସ ଓ ସ୍ୱାସ୍ଥ୍ୟବସ୍ଥା ଠିକ୍ ରହୁ ନ ଥିବାରୁ ସେ କୁଆଡେ ଇସ୍ତଫା ଦେବାକୁ ଚାହୁଁଛନ୍ତି । ଶୁକ୍ରବାର ୟେଦୁରପ୍ପା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ୍ କରିବା ବେଳେ କୁଆଡେ ଇସ୍ତଫା କଥା ଉଠାଇଥିଲେ । ଶନିବାର ସେ ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସାକ୍ଷାତ୍ କରିବା ସମୟରେ ବି ସମାନ କଥା କୁଆଡେ ଦୋହରାଇଛନ୍ତି । ଏପଟେ କୁହାଯାଉଛି କି କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଶୀଘ୍ର ନିଷ୍ପତ୍ତି ନିଆଯାଇପାରେ । ଖୁବଶୀଘ୍ର ସର୍ବଦଳୀୟ ବୈଠକ ବି ହୋଇପାରେ । ହେଲେ ସେପର୍ଯ୍ୟନ୍ତ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରେ ରହିବେ । ସେପଟେ ମୋଦି ଯଦି କୁହନ୍ତି ୟେଦୁରପ୍ପା ଇସ୍ତଫା ଦେବେ ବୋଲି କହିଛନ୍ତି । ଆଉ ମୋଦିଙ୍କ ସାମ୍ନାରେ ସେ ସର୍ତ୍ତ ରଖିଛନ୍ତି କି ତାଙ୍କ ପୁଅକୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଏକ ସମ୍ମାନଜନକ ସ୍ଥାନ ଦିଆଯାଉ ।

Share