Categories: ଜାତୀୟ

ଗୁରୁବାର ଶପଥ ନେବେ କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ବହୁମତ ହାସଲ ପରେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ୍‌ ଶପଥ ଗ୍ରହଣ କରିବେ। କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେବ ତାହା ସ୍ପଷ୍ଟ କରି ନ ଥିଲେ ମଧ୍ୟ ଗୁରୁବାର ଶପଥ ଗ୍ରହଣ ସମାରୋହ ହେବ ବୋଲି ସୂଚନା ମିଳିଛି। କାର୍ଯ୍ୟକ୍ରମରେ ରାହୁଲଙ୍କ ସମେତ ସପରିବାର ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏପରିକି ଶପଥ ଗ୍ରହଣ ଉତ୍ସବ ଲାଗି ବିଭିନ୍ନ ଦଳକୁ ନିମନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କଂଗ୍ରେସ ୩ ଜଣିଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି। ଏ ନେଇ କଂଗ୍ରେସ ପକ୍ଷରୁ ବେଙ୍ଗାଲୁରୁରେ ନବନିର୍ବାଚିତ ବିଧାୟକଙ୍କ ଏକ ବୈଠକ ଡକାଯାଇଛି। ଏଥିରେ ବିଧାୟକ ଦଳର ନେତା ଚୟନ ହୋଇପାରେ ବୋଲି ସୂଚନା ମିଳିଛି।

ପ୍ରକାଶ ଯେ, ୨୨୪ ଆସନବିଶିଷ୍ଟ କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୩୫ଟି ସିଟ୍‌ରେ ବିଜୟୀ ହୋଇଥିବା ବେଳେ ଭାଜପା ୬୫ ସିଟ୍‌ ହାତେଇବାରେ ସକ୍ଷମ ହୋଇଥିଲା।

 

Share