Categories: ଜାତୀୟ

ଭୋ’ ଭୋ’ ହୋଇ କାନ୍ଦିଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୪।୬: କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଏକ ଫିଲ୍ମ ଦେଖି ଭାବପ୍ରବଣ ହୋଇପଡିଛନ୍ତି। ସେ ଏତେ ଭାବପ୍ରବଣ ହୋଇପଡିଛନ୍ତି ଯେ, ତାଙ୍କ ଆଖିରୁ ଲୁହ ଧାର ଧାର ବୋହିପଡୁଛି। ସେ ନିଜ ହାତରେ ଲୁହ ପୋଛି ଦେଉଛନ୍ତି। ଏହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ମୁଖ୍ୟମନ୍ତ୍ରୀ ବାସଭରାଜ ଫିଲ୍ମ ‘୭୭୭ ଚାର୍ଲି’ ଦେଖିଥିଲେ। ଏହି ଫିଲ୍ମଟି କୁକୁର ଏବଂ ଏହାର ମାଲିକଙ୍କ ସମ୍ପର୍କ ବିଷୟରେ କହିଥାଏ। ମୁଖ୍ୟମନ୍ତ୍ରୀ ଫିଲ୍ମକୁ ବହୁତ ପସନ୍ଦ କରିଥିଲେ। ଏହି ଫିଲ୍ମ ଦେଖିବା ପରେ ସେ ଭାବପ୍ରବଣ ହୋଇପଡିଥିଲେ।
ବାସଭରାଜ ବୋମ୍ମାଇ ଜଣେ କୁକୁର ପ୍ରେମୀ। ଗତ ବର୍ଷ ତାଙ୍କ ପୋଷା କୁକୁର ଦେହାନ୍ତ ହେବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ। ଏହି ଫିଲ୍ମ ଦେଖିବା ପରେ ସେ ନିଜ କୁକୁରକୁ ମନେ ପକାଇଲେ କାନ୍ଦିଥିଲେ।
ଫିଲ୍ମ ଦେଖିବା ପରେ ବୋମ୍ମାଇ କହିଛନ୍ତି, କୁକୁରମାନଙ୍କ ବିଷୟରେ ଫିଲ୍ମ ନିର୍ମାଣ କରାଯାଇଛି କିନ୍ତୁ ଏହି ଫିଲ୍ମରେ ପଶୁମାନଙ୍କ ସହିତ ଭାବନାର ଏକ ସମନ୍ବୟ ରହିଛି। କୁକୁର ନିଜର ଭାବନାକୁ ଆଖିରେ ପ୍ରକାଶ କରେ। ଫିଲ୍ମଟି ଭଲ ହୋଇଛି ଏବଂ ସମସ୍ତେ ଏହାକୁ ଦେଖିବା ଉଚିତ। କୁକୁର ପ୍ରେମ ହେଉଛି ଶୁଦ୍ଧ ଅଟେ।
ରକ୍ଷିତ୍‌ ଶେଟ୍ଟୀଙ୍କ ‘୭୭୭ ଚାର୍ଲି’ ଫିଲ୍ମ କନ୍ନଡ, ତାମିଲ, ତେଲୁଗୁ, ମାଲାୟାଲମ ଏବଂ ହିନ୍ଦୀରେ ମୁକ୍ତିଲାଭ କରିଛି। ଦର୍ଶକ ଏହି ଫିଲ୍ମକୁ ବହୁତ ପ୍ରଶଂସା କରୁଛନ୍ତି।

Share