Categories: ଜାତୀୟ

ବୋମାଇଙ୍କୁ କରୋନା, ବାତିଲ୍‌ ହେଲା ଦିଲ୍ଲୀ ଗସ୍ତ

ବେଙ୍ଗାଲୁରୁ,୬।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ଶନିବାର ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ୍‌ରରେ ସୂଚନା ଦେଇଛନ୍ତି। ସାମାନ୍ୟ ଲକ୍ଷଣ ଦେଖାଯିବାରୁ ବୋମାଇଙ୍କ କୋଭିଡ ପରୀକ୍ଷା କରାଯାଇଥିଲା। ତେବେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିିଛି। ବର୍ତ୍ତମାନ ସେ ଆଇସୋଲେଶନରେ ଥିବା ଜଣାପଡିଛି। ତେବେ ଟୁଇଟ୍‌ କରି ସେ ଲେଖିଛନ୍ତି, ସାମାନ୍ୟ ଲକ୍ଷଣ ଦେଖାଯିବାରୁ ମୁଁ କୋଭିଡ ପରୀକ୍ଷା କରାଇଥିଲି,ଯାହା ପଜିଟିଭ୍‌ ଆସିଛି। ଆଇସୋଲେଶନରେ ମଧ୍ୟ ରହିଛି, ଏବଂ ଯେଉଁମାନେ ଗତ କିଛି ଦିନ ମୋ ସଂସ୍ପର୍ଶରେ ଆସିଛନ୍ତି ଦୟାକରି ସେମାନେ କୋଭିଡ୍‌ ପରୀକ୍ଷା କରାନ୍ତୁ।

Share