Categories: ଜାତୀୟ

ଦିଲ୍ଲୀ, ପଶ୍ଚିମବଙ୍ଗ ପରେ ଏବେ କର୍ନାଟକରେ ବି ବିନା ବାଣରେ ପାଳନ ହେବ ଦୀପାବଳି: ମୁଖ୍ୟମନ୍ତ୍ରୀ ଲଗାଇଲେ ପ୍ରତିବନ୍ଧକ

ବେଙ୍ଗାଲୁରୁ,୬।୧୧: ଦେଶରେ ବଢ଼ୁଥିବା ପ୍ରଦୂଷଣ ଓ କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଚଳିତ ଥର ଦୀପାବଳିରେ ବାଣ ନ ଫୁଟାଇବା ପାଇଁ ବିଭିନ୍ନ ରାଜ୍ୟର ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଓଡ଼ିଶା ପରେ ଏବେ କର୍ନାଟକରେ ମଧ୍ୟ ବିନା ବାଣରେ ଦୀପାବଳି ପାଳନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ଏନେଇ କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟଦିରୁପ୍ପା ସୂଚନା ଦେଇଛନ୍ତି। ରାଜ୍ୟରେ ଦୀପାବଳି ଦିନ ବାଣ ଫୁଟାଇବା ଉପରେ ସେ ପ୍ରତିବନ୍ଧକ ଲଗାଇଛନ୍ତି। ଏନେଇ ଖୁବ୍‌ଶୀଘ୍ର ରାଜ୍ୟସରକାର ଏକ ଆଦେଶ ଜାରି କରିବେ ବୋଲି ୟଦିରୁପ୍ପା କହିଛନ୍ତି।

 

Share