Categories: ଜାତୀୟ

ମୋଦିଙ୍କୁ ଭେଟିଲେ ସିଦ୍ଦାରାମାୟା

ନୂଆଦିଲ୍ଲୀ,୩।୮: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଗୁରୁବାର ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ସିଦ୍ଦାରାମାୟା ପ୍ରଥମଥର ମୋଦିଙ୍କୁ ଭେଟିଛନ୍ତି। ତେବେ ଏହି ଦୁଇ ନେତାଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ତାହା ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ। ସୂଚନାଯୋଗ୍ୟ, ଚଳିତ ବର୍ଷ କଂଗ୍ରେସ ଭାରତୀୟ ଜନତା ପାର୍ଟି(ଭାଜପା)କୁ ହରାଇ କର୍ନାଟକରେ ବିପୁଳ ବିଜୟ ହାସଲ କରିଛି।

Share