Categories: ଜାତୀୟ

ଆଜି ରାଜ୍ୟ ବଜେଟ ଉପସ୍ଥାପନ କରିବେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା

ବେଙ୍ଗାଲୁରୁ,୭।୭: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାାମାୟା ଶୁକ୍ରବାର ରାଜ୍ୟ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଠିକ ଦିନ ୧୨ଟାରେ ଏହା ଉପସ୍ଥାପନ କରାଯିବ। ମେ ୧୦ ବିଧାନସଭା ନିର୍ବାଚନରେ କଂଗ୍ରେସ କର୍ନାଟକରେ ସରକାର ଗଠନ କରିବା ପରେ ଏହାହେବ କଂଗ୍ରେସର ପ୍ରଥମ ବଜେଟ।

ମନ୍ତ୍ରୀ ଏଚ କେ ପାଟିଲ କହିଛନ୍ତି, ଲୋକଙ୍କର ଆମ ଉପରେ ଭରସା ଓ ବିଶ୍ୱାସ ରହିଛି। କଂଗ୍ରେସ କର୍ନାଟକରେ ଏମିତ କ୍ରେଡିବିଲିଟି ତିଆରି କରିଛି। ଆଉ ଆମର ବିଶ୍ୱାସ ରହିଛି କି ଲୋକଙ୍କ ଭରସାକୁ ଆମେ ରକ୍ଷା କରିବୁ। ଲୋକେ ଏଥରର ବଜେଟକୁ ପ୍ରଶଂସା କରିବେ ନିଶ୍ଚିତ। ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦାରାମାୟାଙ୍କର ଏହା ହେଉଛି ସପ୍ତମ ବଜେଟ ଉପସ୍ଥାପନ। ୨୦୧୩-୨୦୧୮ ମଧ୍ୟରେ ସେ ତାଙ୍କର ଷଷ୍ଠ ବଜେଟ ଉପସ୍ଥାପନ କରିଥିଲେ।

Share