Categories: ଜାତୀୟ

ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀ, ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ନେବେ ଶପଥ

ବେଙ୍ଗାଲୁରୁ,୨୦।୫: କର୍ନାଟକ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ କଂଗ୍ରେସ ଶନିବାର ସରକାର ଗଠନ କରିବାକୁ ଯାଉଛି। କିଛି ଘଣ୍ଟା ମଧ୍ୟରେ ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବରେ ଡି.କେ ଶିବକୁମାର ଶପଥ ଗ୍ରହଣ କରିବେ। କ୍ୟାବିନେଟରେ ସାମିଲ ହେଉଥିବା କିଛି ବିଧାୟକମାନେ ମଧ୍ୟ ଗୋପନୀୟତାର ଶପଥ ନେବେ। ଶପଥ ଗ୍ରହଣ ସମାରୋହ ପୂର୍ବରୁ ସିଦ୍ଦାରାମାୟା ଏବଂ ଶିବକୁମାର ଦିଲ୍ଲୀରେ ପହଞ୍ଚି ନୂତନ କ୍ୟାବିନେଟରେ ସାମିଲ ହେବାକୁ ଥିବା ମନ୍ତ୍ରୀଙ୍କ ନାମ ଏବଂ ବିଭାଗ ବଣ୍ଟନ ଉପରେ ହାଇକମାଣ୍ଡଙ୍କ ସହ ଆଲୋଚନା କରିଥିଲେ।

Share