Categories: ଜାତୀୟ

ୟେଦୁରପ୍ପାଙ୍କୁ ପୁଣିଥରେ କରୋନା

ବେଙ୍ଗାଲୁରୁ,୧୬।୪: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ଦ୍ୱିତୀୟ ଥର ପାଇଁ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ଶୁକ୍ରବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭୮ ବର୍ଷୀୟ ଭାଜପା ନେତା ଗତବର୍ଷ ଅଗଷ୍ଟ ୨ରେ ପ୍ରଥମେ କରୋନା ସଂକ୍ରମିତ ହେବା ପରେ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ସାମାନ୍ୟ ଜ୍ୱର ହେବାରୁ ସେ ଶୁକ୍ରବାର କୋଭିଡ୍‌ ପରୀକ୍ଷା କରାଇଥିଲେ। ରିପୋର୍ଟ ପଜିଟିଭ୍‌ ଆସିବା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ୍‌ ପରୀକ୍ଷା କରାଇନେବାକୁ ୟେଦୁରପ୍ପା ଅନୁରୋଧ କରିଛନ୍ତି।

Share