Categories: ଜାତୀୟ

କଂଗ୍ରେସର ୫ମ ଗ୍ୟାରେଣ୍ଟି ଲାଗୁ, ଯୁବା ନିଧି ଯୋଜନା ଅଧୀନରେ ବେରୋଜଗାର ଯୁବକଙ୍କୁ ମିଳିବ ଟଙ୍କା

ବେଙ୍ଗାଲୁରୁ,୨୬।୧୨: କର୍ନାଟକରେ କଂଗ୍ରେସ ସରକାର ନିର୍ବାଚନ ପ୍ରତିଶ୍ରୁତିରେ ଘୋଷଣା କରିଥିବା ୫ମ ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିଛନ୍ତି। ଏହି ଗ୍ୟାରେଣ୍ଟି ଅନୁଯାୟୀ ବେରୋଜଗାର ସ୍ନାତକ ଏବଂ ରାଜ୍ୟର ଡିପ୍ଲୋମାଧାରୀ ଯୁବକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ମଙ୍ଗଳବାର କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଯୁବା ନିଧି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନୁଯାୟୀ ୨୦୨୪ ଜାନୁୟାରୀ ୧୨ରୁ ଯୁବକମାନଙ୍କୁ ଆର୍ଥିକ ସହାୟତା ଦିଆଯିବ।

ଯୁବା ନିଧି ଯୋଜନା ଅଧୀନରେ, ୨୦୨୨-୨୩ ବର୍ଷରେ ସ୍ନାତକ ଡିଗ୍ରୀ କିମ୍ବା ଡିପ୍ଲୋମାଧାରୀ ବେରୋଜଗାର ଯୁବକଙ୍କୁ ଯଥାକ୍ରମେ ୩୦୦୦ ଏବଂ ୧୫୦୦ ଟଙ୍କା ପ୍ରଦାନ କରାଯିବ। ଏହି ଯୋଜନା ଅଧୀନରେ ୧୮୦ ଦିନ ଡିଗ୍ରୀ / ଡିପ୍ଲୋମା ସମାପ୍ତ ହେବା ପରେ ମଧ୍ୟ ବେରୋଜଗାର ରହିଥିବା ଯୁବକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ତେବେ ସହାୟତା ପାଇବାକୁ ହେଲେ ଯୁବକମାନଙ୍କୁ କର୍ନାଟକରେ ଅତି କମରେ ୬ ବର୍ଷ ରହିଥିବାର ପ୍ରମାଣ ଦେବାକୁ ପଡିବ।

Share