Categories: ଜାତୀୟ

କର୍ନାଟକ କଂଗ୍ରେସକୁ ଝଟ୍‌କା: ଦଳର ହାତ ଛାଡ଼ିଲେ ୨୫ବର୍ଷର ସଦସ୍ୟ

ବେଙ୍ଗାଲୁରୁ,୧।୬: କର୍ନାଟକ କଂଗ୍ରେସ ନେତା ତଥା ସୁପ୍ରିମକୋର୍ଟର ଓକିଲ ବ୍ରିଜେଶ କଲାପ୍ପା ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦୀର୍ଘ ୨୫ ବର୍ଷରୁ କଂଗ୍ରେସରେ ଥିଲେ। ବ୍ରିଜେଶ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ତାଙ୍କ ଇସ୍ତଫା ପତ୍ରକୁ ହସ୍ତାନ୍ତର କରିଛନ୍ତି। ସେଥିରେ ସେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ କାର୍ଯ୍ୟରେ ଭଲ ପ୍ରଦର୍ଶନ ହେଉନାହିଁ ବୋଲି କହିଛନ୍ତି। ଏଥିସଯୋଗୁ ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛନ୍ତି ବୋଲି ବ୍ରିଜେଶ କହିଛନ୍ତି। ସୂଚନାଯୋଗ୍ୟ, ବ୍ରିଜେଶ ମେ’ ୩୦ରେ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଇସ୍ତଫା ପତ୍ର ହସ୍ତାନ୍ତର କରିଥିଲେ। ଏଥିସହ ଦଳ ତାଙ୍କୁ ସୁଯୋଗଦେଇଥିବାରୁ ସେ ସୋନିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ କହିଛନ୍ତି, ୨୦୧୪ ଓ ୨୦୧୯ରେ ପରାଜୟ ପରେ ଦଳ ପାଇଁ ସବୁଠାରୁ ଖରାପ ସମୟରେ ମଧ୍ୟ ମୁଁ କେବେ ଶକ୍ତି ଏବଂ ଉତ୍ସାହର ଅଭାବ ଅନୁଭବ କରିନାହିଁ। କିନ୍ତୁ, ନିକଟରେ ତାଙ୍କର ଭଲ ପ୍ରଦର୍ଶନ ହୋଇନାହିଁ ବୋଲି ସେ କହିଛନ୍ତି। ଦଳର ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ନିକଟରେ ହୋଇଥିବା ଏମ୍‌ଏଲ୍‌ସି ନିର୍ବାଚନ ଏବଂ ଆଗାମୀ ରାଜ୍ୟ ସଭା ନିର୍ବାଚନ ପାଇଁ ତାଙ୍କୁ ପ୍ରାର୍ଥୀ କରାଯାଇ ନ ଥିବାରୁ ବ୍ରିଜେଶ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି କାରଣରୁ ସେ ତାଙ୍କ ଇସ୍ତଫା କଂଗ୍ରେସ ଅଧ୍ୟକ୍ଷ ନିକଟକୁ ପଠାଇଛନ୍ତି। ୧୯୯୭ରେ ବ୍ରିଜେଶ ଯୋଗ ଦେଇଥିବା ବେଳେ ସେ ପ୍ରାୟ ୨୫ ବର୍ଷ ଧରି ଦଳର ସହିତ ରହିଥିଲେ।

Share