Categories: ଜାତୀୟ

ସାମ୍ବାଦିକ ସମ୍ମିଳନୀରେ ଟଳିପଡିଲେ କଂଗ୍ରେସ ନେତା

ବେଙ୍ଗାଲୁରୁ,୨୦।୮: ବେଙ୍ଗାଲୁରୁ ପ୍ରେସ କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରୁଥିବା ବେଳେ ଜଣେ କଂଗ୍ରେସ ନେତାଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୁମତି ପ୍ରଦାନ କରିବାକୁ ନେଇ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବିରୋଧ କରି ଗଣମାଧ୍ୟମକୁ ସୂଚନା ଦେଉଥିବାବେଳେ ମୃତ ସି.କେ ରବିଚନ୍ଦ୍ରନଙ୍କ ହୃଦଘାତ ହୋଇଥିଲା।
କୁରୁବରା ସଂଗଠନର ସଭାପତି ତଥା କୋଲାର ଜିଲାର ବାସିନ୍ଦା ରବିଚନ୍ଦ୍ରନ ଅସହଜ ଅନୁଭବ କରି ତଳେ ପଡ଼ିଯାଇଥିଲେ। ସମ୍ବୋଧନବେଳେ ତଳେ ପଡ଼ିଯିବାରୁ ଏହି ଦୁଃଖଦ ଘଟଣା କ୍ୟାମେରାରେ କଏଦ ହୋଇଥିଲା। ତାଙ୍କୁ ତୁରନ୍ତ କନିଙ୍ଗହାମ ରୋଡରେ ଥିବା ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Share