Categories: ଜାତୀୟ

କର୍ନାଟକ କଂଗ୍ରେସ ନେତାଙ୍କ ସହ ଆଜି ବୈଠକ କରିବେ ରାହୁଲ, ଲୋକ ସଭା ନିର୍ବାଚନ ଉପରେ ହେବ ଚର୍ଚ୍ଚା

ନୂଆଦିଲ୍ଲୀ,୨।୮: ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ ଦଳର ପ୍ରସ୍ତୁତିକୁ ଅନୁଧ୍ୟାନ କରିବା ପାଇଁ ବିଭିନ୍ନ ରାଜ୍ୟରୁ ଦଳର ନେତାଙ୍କ ସହିତ ଅଲଗା ଅଲଗା ବୈଠକ କରୁଛନ୍ତି। ଏହି ପର୍ଯ୍ୟାୟରେ ଆଜି ଉଭୟ ବରିଷ୍ଠ ନେତା ଦିଲ୍ଲୀରେ କର୍ନାଟକ କଂଗ୍ରେସ ନେତାଙ୍କ ସହ ଏକ ବୈଠକ କରିବେ।

ଏହି ବୈଠକରେ କଂଗ୍ରେସର ସାଧାରଣ ସଚିବ ସଂଗଠନ କେସି ଭେଣୁଗୋପାଳ, କର୍ନାଟକର ବ୍ୟାପାର ଦାୟିତ୍ୱରେ ଥିବା କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସିଂ ସୁରଜେୱାଲା, କର୍ନାଟକର ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା, ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବକୁମାର ଏବଂ ଅନ୍ୟାନ୍ୟ ବରିଷ୍ଠ ରାଜ୍ୟ ନେତା ଯୋଗଦେବେ।

ଆପଣଙ୍କୁ କହିରଖୁଛୁ ଯେ, ମେ ୧୦ରେ କର୍ନାଟକ ବିଧାନସଭା ନିର୍ବାଚନ ହୋଇଥିଲା। ଏଥିରେ କଂଗ୍ରେସ ବଡ଼ ବିଜୟ ହାସଲ କରିଥିଲା। ୨୨୪ ସଦସ୍ୟ ବିଶିଷ୍ଟ କର୍ନାଟକ ବିଧାନସଭାରେ କଂଗ୍ରେସ ୧୩୫ ଟି ଆସନ ପାଇଥିବା ବେଳେ ଭାଜପା ମାତ୍ର ୬୬ ଟି ସିଟ୍‌ ପାଇଥିଲା। ଆଶା କରାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦି ଅଗଷ୍ଟ ୧୦ପୂର୍ବରୁ ଏନଡିଏ ଗୋଷ୍ଠୀ ସହ ଏକ ବୈଠକ ମଧ୍ୟ କରିପାରନ୍ତି।

Share