ମେରିଲ୍ୟାଣ୍ଡରେ ଭାରତୀୟ ବଂଶୋଦ୍ଦଭବ ଦମ୍ପତିଙ୍କ ସହ ପୁଅ ମୃତ

ନ୍ୟୁୟର୍କ,୨୦।୮: ଆମେରିକାର ମେରିଲ୍ୟାଣ୍ଡରେ ଜଣେ ଭାରତୀୟ ଦମ୍ପତି ଓ ତାଙ୍କ ୬ ବର୍ଷର ପୁଅଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ଏହି ମାମଲାରେ ପୋଲିସ ଏହା ଆତ୍ମହତ୍ୟା-ହତ୍ୟା ବୋଲି ସନ୍ଦେହ କରୁଛି।

ହତ୍ୟା ଆତ୍ମହତ୍ୟା ମାମଲାରେ ଆମେରିକାର ମେରିଲ୍ୟାଣ୍ଡରେ ଜଣେ ଭାରତୀୟ ଦମ୍ପତି ଏବଂ ସେମାନଙ୍କର ୬ବର୍ଷର ଶିଶୁର ମୃତଦେହ ମିଳିଥିବା ପୋଲିସ କହିଛି। ଅଗଷ୍ଟ ୧୯ (ଶନିବାର) ରେ ପୋଲିସ କହିଛି ଯେ କର୍ନାଟକର ତିନି ଜଣ ବ୍ୟକ୍ତି ଅଗଷ୍ଟ ୧୮ (ଶୁକ୍ରବାର) ରେ ବାଲଟଇମୋର କାଉଣ୍ଟି ସ୍ଥିତ ଘରେ ବନ୍ଧୁଗ ଗୁଳିରେ ମୃତ୍ୟୁ ହୋଇଥିବା ଦେଖାଯାଇଥିଲା।
ମୃତକଙ୍କ ନାମ ଯୋଗେଶ ଏଚ ନାଗାରାଜପ୍ପା (୩୭), ପ୍ରତୀଭା ଓ୍ବାଇ. ଅମରନାଥ (୩୭) ଏବଂ ୟଶ ହୋନ୍ନାଲ (୬) ବୋଲି ଜଣାପଡିଛି।
ପୋଲିସ କହିଛି ଯେ ସେମାନେ ସ୍ବାମୀ-ସ୍ତ୍ରୀ ଏବଂ ପୁଅ ବୋଲି ବିଶ୍ୱାସ କରାଯାଏ। ଏକ ବିଦେଶୀ ଖବରକାଗଜ ବାଲଟିମୋର କାଉଣ୍ଟି ପୋଲିସ ମୁଖପାତ୍ର ଆନ୍ଥୋନୀ ଶେଲ୍ଟନ ଉଦ୍ଧେଶ୍ୟରେ କହିଛି, ପ୍ରାରମ୍ଭିକ ଅନୁସନ୍ଧାନକୁ ଭତ୍ତି କରି ଏହି ଘଟଣା ନାଗରଜପ୍ପା ଦ୍ୱାରା ହତ୍ୟା-ଆତ୍ମହତ୍ୟା ବୋଲି ଜଣାପଡିଛି। ସମସ୍ତଙ୍କ ମୃତ୍ୟୁ ଗୁଳିଦ୍ୱାରା ହୋଇଥିବା ଅନୁମାନ କରାଯାଉଛି।

 

Share