ବେଙ୍ଗାଲୁରୁ,୨୭।୧୨:କର୍ନାଟକରେ କୋଭିଡ -୧୯ର ସବ-ଭାରିଆଣ୍ଟ ଜେଏନ୍.୧ର ବୃଦ୍ଧି ମାମଲା ମଧ୍ୟରେ ସରକାର ସତର୍କ ମୋଡରେ ଅଛନ୍ତି। କରୋନା ଭାଇରସକୁ ନେଇ ରାଜ୍ୟ ସରକାର ଗଠନ କରିଥିବା ଉପ-କମିଟି ମଙ୍ଗଳବାର କୋଭିଡ ନିର୍ଦ୍ଦେଶନାମା ଜାରି କରିଛି। ନିର୍ଦ୍ଦେଶନାମାରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅନୁସରଣ କରିବା, ସଂକ୍ରମିତ ବ୍ୟକ୍ତିଙ୍କୁ ୭ଦିନ ଆଇସୋଲେଶନରେ ରଖିବାକୁ ପରାମର୍ଶ ଦିଆଯାଇଛି।
ମଙ୍ଗଳବାର ସରକାରୀ ଉପ-କମିଟି ବୃଦ୍ଧ ଏବଂ କୌଣସିି ରୋଗରେ ପୀଡ଼ିତ ଲୋକଙ୍କୁ ଏକ ପ୍ରିକସନ ଟୀକା ଟୀକାକରଣ ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟ ସମାପ୍ତ କରିବାକୁ କର୍ନାଟକ କେନ୍ଦ୍ର ସରକାରଙ୍କ ଠାରୁ ୩୦ ହଜାର ଡୋଜ କର୍ବିଭ୍ୟାକ୍ସ ଟିକା କିଣିବାକୁ ନିଷ୍ପତ୍ତି ନେଇଛି। ତେବେ ସ୍ବାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ, ନୂତନ ବର୍ଷ ଉତ୍ସବରେ ସରକାର କୌଣସି ପ୍ରତିବନ୍ଧକ ଲଗାଇ ନାହାଁନ୍ତି। ଏ ବାବଦରେ ନିର୍ଦ୍ଦେଶାବଳୀ ଜାରି କରାଯିବ।