Categories: ଜାତୀୟ

ଗୋଟିଏ ପରିବାରର ୪ ମୃତ ଦେହ ଉଦ୍ଧାର

ବେଙ୍ଗାଲୁରୁ,୧୨।୧୧: କର୍ନାଟକର ଉଡୁପି ଜିଲାରୁ ଏକ ହୃଦୟ ବିଦାରକ ଖବର ଆସିଛି। ମାଲପେ ପୋଲିସ ଷ୍ଟେଶନ ଅନ୍ତର୍ଗତ ତୃପ୍ତି ନଗରରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଘରେ ମିଳିଛି।

ପୋଲିସ ଏକ ବିବୃତ୍ତିରେ କହିଛି ଯେ, ମୃତକଙ୍କ ମଧ୍ୟରେ ତିନି ପିଲା ଏବଂ ସେମାନଙ୍କ ମା’ ଅଛନ୍ତି। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତକଙ୍କ ନାମ ହସିନା (୪୮), ଆଫାନନ (23), ଆୟନାଜ (୨୧) ଏବଂ ଅସୀମ (୧୪) ବୋଲି ଜଣାପଡିଛି। ଅଧିକ ତଦନ୍ତ ଚାଲିଥିବା ପୋଲିସ କହିଛି।

ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ଉଡୁପି ଏସପି କହିଛନ୍ତି ଯେ, ଜଣେ ଅଜ୍ଞାତ ବ୍ୟକ୍ତି ଆସି ମା’ ଏବଂ ତିନି ପୁଅଙ୍କୁ ହତ୍ୟା କରିଛନ୍ତି। ହତ୍ୟାକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ, ପୋଲିସ ସବୁ ଦିଗରୁ ମାମଲାର ତଦନ୍ତ କରୁଛି।

Share