Categories: ଜାତୀୟ

‘ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦କୁ ରଦ୍ଦ କରିବେ ରାଜ୍ୟ ସରକାର’, ଶିବ କୁମାରଙ୍କ ଘୋଷଣା

ବେଙ୍ଗାଲୁରୁ,୧୮।୮: କର୍ନାଟକ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଶୁକ୍ରବାର ଘୋଷଣା କରଇଛନ୍ତି କି ତାଙ୍କ ସରକାର ରାଜ୍ୟରେ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦କୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ,ଜାତୀୟ ଶିକ୍ଷା ନୀତି (NEP) ୨୦୨୦ଦେଶର ଶିକ୍ଷାନୁଷ୍ଠାନଗୁଡିକରେ କାର୍ଯ୍ୟକାରୀ ହେବ। ୨୦୨୦ରେ କେନ୍ଦ୍ର ସରକାର ଏହା ଘୋଷଣା କରିଥିଲେ ଏବଂ ୨୦୨୧ରେ କର୍ନାଟକ ଦେଶର ପ୍ରଥମ ରାଜ୍ୟ ହୋଇଥିଲା ଯେଉଁଠାରେ ଏହା କାର୍ଯ୍ୟକାରୀ ହୋଇଥିଲା। ତତ୍କାଳୀନ ଭାଜପା ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ NEP କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲେ, କିନ୍ତୁ ବର୍ତ୍ତମାନ ଏହାକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। କର୍ନାଟକର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ରାଜ୍ୟର ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ NEP ପ୍ରତ୍ୟାହାର ଘୋଷଣା କରିଛନ୍ତି।

Share