ନୂଆଦିଲ୍ଲୀ,୧।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏପ୍ରିଲ ୯ରେ କର୍ନାଟକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ରାହୁଲ ଗାନ୍ଧୀ କୋଲାରରେ ଏକ ରାଲିରେ ସମ୍ବୋଧିତ କରିବେ। ଏହାପରେ ୧୧ ଏପ୍ରିଲରେ ୱାୟନାଡ ଯିବେ ବୋଲି ଜଣାପଡିଛି। କୁହାଯାଉଛି ଯେ ଯେଉଁ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକ ଗସ୍ତ କରିବାକୁ ଯାଉଛନ୍ତି, ସେହି ଦିନ ରାହୁଲ ଗାନ୍ଧୀ ମଧ୍ୟ କର୍ନାଟକ ଯାଉଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ କର୍ନାଟକ ନିର୍ବାଚନ ମଇଦାନରେରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିପାରନ୍ତି।
କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲ ଏକ ଟୁଇଟ୍ରେ ଲେଖିଛନ୍ତି ଯେ, ରାହୁଲ ଗାନ୍ଧୀ ଏପ୍ରିଲ୯ରେ କୋଲାରରେ ଜୟ ଭାରତ ମେଗା ସମାବେଶକୁ ସମ୍ବୋଧିତ କରିବେ। ଏହାପରେ ସେ ୧୧ ଏପ୍ରିଲରେ ୱାୟନାଡ ଗସ୍ତ କରିବେ। ରାହୁଲ ଗାନ୍ଧୀ ଲୋକଙ୍କ ସ୍ବର,ତାଙ୍କୁ କେବେ ଚୁପ କରି ପାରିବ ନାହିଁ। ଏହି ସ୍ବର ଅଧିକ ଉଚ୍ଚ ଏବଂ ଶକ୍ତିଶାଳୀ ହେବ ବୋଲି ସେ କହିଛନ୍ତି।