Categories: ଜାତୀୟ

ଭୋଟ ଦେବା ପରେ ଭାଜପା ଉପରେ ବର୍ଷିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ, ସକାଳ ୧୧ଟା ସୁଦ୍ଧା ୨୧ ପ୍ରତିଶତ ମତଦାନ

ବେଙ୍ଗାଲୁରୁ,୧୦।୫: କର୍ନାଟକ ବିଧାନ ସଭା ନିର୍ବାଚନ ପାଇଁ ବୁଧବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଭୋଟ ଗ୍ରହଣ ଚାଲିଥିବା ବେଳେ ବି ରାଜନେତାମାନେ ପରସ୍ପର ଉପରେ କାଦୁଅ ଫିଙ୍ଗିବା ନୀତି ଛାଡିପାରି ନାହାନ୍ତି। ଏହି କ୍ରମରେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ ଭୋଟ ଦେବା ପରେ କହିଛନ୍ତି, ପ୍ରତି ନିର୍ବାଚନ କ୍ଷେତ୍ରରେ ସେ(ଭାଜପା) କେତେ ରାଶି ନିବେଶ କରିଛି। ଏହା ସମସ୍ତେ ଜାଣନ୍ତି। କେବଳ ଭାଜପା ନୁହେଁ ମୁଁ ସମସ୍ତ ଦଳକୁ ଦୋଷ ଦେବି, ପ୍ରତିଥର ଆମେ ନିରପେକ୍ଷ ନିର୍ବାଚନକୁ ନେଇ ଚର୍ଚ୍ଚା କରୁଛୁ, ହେଲେ କେବଳ କାଗଜରେ ଏହାର ଘୋଷଣା କରାଯାଉଛି, ଏହାର ସତ୍ୟ କିନ୍ତୁ ଭିନ୍ନ।

କର୍ନାଟକ ବିଧାନସଭା ନିବର୍ର୍ାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଥିବା ବେଳେ ବଡ ବଡ ନେତା ବି ସେମାନଙ୍କ ଭୋଟ ଦେଇଛନ୍ତି। ସକାଳ ୧୧ଟା ସୁଦ୍ଧା ୨୦.୯୪ ପ୍ରତିଶତ ଭୋଟିଂ ହୋଇଥିବା ଜଣାପଡିଛି।

Share