Categories: ଜାତୀୟ

କର୍ନାଟକ ନିର୍ବାଚନ ପାଲଟିଲା କଂଗ୍ରେସର ଲାଇଫ ଲାଇନ :ଏବେ ୫ ରାଜ୍ୟରେ ଗଡ଼ଜୟ ଆଶା ନେଇ ଯୋଜନା…

ବେଙ୍ଗାଲୁରୁ,୧୩।୫ : କର୍ନାଟକ ନିର୍ବାଚନର କଂଗ୍ରେସ ଏକ ପାଖିଆ କରି ଦେଇଛି। ହିମାଚଳ ପ୍ରଦେଶ ପରେ କର୍ନାଟକରେ ମଧ୍ୟ ଭାଜପା ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଗତ ଏକ ବର୍ଷ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ରାଜ୍ୟ ଯାହାର କ୍ଷମତା କଂଗ୍ରେସ ଦ୍ୱାରା ଭାଜପା ହାତରୁ ଛଡ଼ାଇ ନିଆଯାଇଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଏଥିରୁ ରାଜନୈତିକ ସମୀକ୍ଷକ ଏକ ବଡ ରାଜନୈତିକ ଅର୍ଥ ବାହାର କରିଛନ୍ତି। ବିଶେଷ କରି ବିଜେପି ପାଇଁ ଏହା ଅତ୍ୟନ୍ତ ଚିନ୍ତାର ବିଷୟ ପାଲଟିଛି। ।

ଚଳିତ ବର୍ଷ କର୍ନାଟକ ପରେ ଅନ୍ୟ ପାଞ୍ଚଟି ରାଜ୍ୟରେ ନିର୍ବାଚନ ହେବାର ଅଛି। ଏଥିମଧ୍ୟରେ ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ, ମିଜୋରାମ ଏବଂ ତେଲେଙ୍ଗାନା ରହିଛି। ଏହା ବ୍ୟତୀତ ଆସନ୍ତା ବର୍ଷ ଅର୍ଥାତ ୨୦୨୪ ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ପରେ ସାତୋଟି ରାଜ୍ୟରେ ବିଧାନସମା ଅନୁଷ୍ଠିତ ହେବ। ମୋଟ ଉପରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ୧୩ ଟି ପ୍ରମୁଖ ରାଜ୍ୟ ସହିତ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଗୁଡ଼ିକରେ ମଧ୍ୟ ଅନେକ ଦକ୍ଷିଣ ରାଜ୍ୟ ଅଛନ୍ତି। ସେଥିପାଇଁ କର୍ନାଟକର ପରାଜୟ ଭାଜପା ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। ଏଥିସହ ଅବରୋଧିତ କଂଗ୍ରେସ ପାଇଁ ଏହା ଏକ ଲାଇଫ ଲାଇନ ବୋଲି ପ୍ରମାଣିତ ହୋଇଛି।

ଏବେ ପ୍ରଶ୍ନ ଉଠୁଛି ଯେ କର୍ନାଟକରେ ଭାଜପା ନିଜର ସମସ୍ତ ଶକ୍ତି ଲଗାଇବା ସତ୍ତ୍ୱେ କାହିଁକି ହାରିଗଲା? ସେହି କାରଣଗୁଡିକ କ’ଣ ଥିଲା, ଯେଉଁ କାରଣରୁ ଭାଜପା ଏତେ ବଡ ଅସୁବିଧାର ସମ୍ମୁଖୀନ ହୋଇଥିଲା? ଏବେ ପରେ ଭାଜପା କ’ଣ କରିବ?

ଭାଜପା ପାଇଁ ଏସବୁ ଚିନ୍ତାର ବିଷୟ ଥିବାବେଳେ କଂଗ୍ରେସ ନୂତନ ଆଶା ଲାଗି ଯୋଜନା ପ୍ରସ୍ତୁତି କରିଛି।

Share