Categories: ଜାତୀୟ

କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ: ଅଧା ଆସନରେ ଭାଜପା-କଂଗ୍ରେସ ମଧ୍ୟରେ କଡା ମୁକାବିଲା

ବେଙ୍ଗାଲୁରୁ,୧୩।୫: ଆରମ୍ଭ ହୋଇଛି କର୍ନାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି। ଶନିବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ଗଣତିରେ ପ୍ରଥମ ପର୍ଯ୍ୟାୟ ଅନୁଯାୟୀ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହୋଇଛି। ସମସ୍ତ ୨୨୪ଟି ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ୨୦୦ ଆସନ ମଧ୍ୟରୁ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଆସନରେ ଆଗୁଆ ରହିଛି। ଭାଜପା ବହୁ ପଛରେ ପଡିଯାଇଛି। ସେମିତି ଜେଡିଏସ ୧୨ଟି ଆସନରେ ଆଗୁଆ ଥିବା ବେଳେ ଅନ୍ୟାନ୍ୟ ଦଳ ୫ଟି ଆସନରେ ଆଗରେ ରହିଛନ୍ତି।

Share