Categories: ଜାତୀୟ

କ’ଣ କଂଗ୍ରେସ,ଜେଡିଏସ ପୁରା ଚିତ୍ର ବଦଳାଇଦେବେ? ଫଳାଫଳ ପୂର୍ବରୁ ହାତ ମିଳାଇଲେ…

ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନର ଗଣତି ଜାରି ରହିଛି। ପ୍ରାରମ୍ଭିକ ଧାରାରେ ଚିତ୍ର କ୍ରମାଗତ ଭାବେ ବଦଳୁଛି। ସେପଟେ ବର୍ତ୍ତମାନ ଭାଜପା ନେତା ସଦାନନ୍ଦ ଗୌଡା ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ ଏବେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେବା ଉଚିତ୍‌ ନୁହେଁ। ତିନିରୁ ଚାରି ରାଉଣ୍ଡ ପରେ ଚିତ୍ର ସ୍ପଷ୍ଟ ହେବ। ସେ କହିଛନ୍ତି, ପ୍ରତ୍ୟେକ ପର୍ଯ୍ୟାୟରେ କଡ଼ା ସଂଘର୍ଷ ହେଉଛି, କାରଣ ଆମର ବିରୋଧୀ ଦଳ (ଜେଡିଏସ ଏବଂ କଂଗ୍ରେସ) ହାତ ମିଳାଇଛନ୍ତି।

ଯଦି ଏକଜିଟ ପୋଲ ବିଶ୍ୱାସ କରାଯାଏ, କର୍ନାଟକ ବିଧାନସଭା ନିର୍ବାଚନରେ କୌଣସିି ଦଳ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିବେ ନାହିଁ। ଭୋଟ ଗଣନର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ଜେଡିୟୁ ଦାବି କରିଛି ଯେ, ଉଭୟ ଶାସକ ଭାଜପା ଏବଂ କଂଗ୍ରେସ ମତଦାନ ପରେ ମେଣ୍ଟ ପାଇଁ ସେମାନଙ୍କ ନିକଟକୁ ଯାଇଛନ୍ତି। ବିଶ୍ୱାସ ରହିଛି ଯେ, ଜେଡିୟୁ ଏଥର କର୍ନାଟକରେ କିଙ୍ଗମେକର ଭୂମିକାରେ ରହିବ।

Share