Categories: ଜାତୀୟ

କର୍ନାଟକରେ ମତ ଗଣନା ଜାରି, କଂଗ୍ରେସ ଛୁଇଁଲାଣି ସଂଖ୍ୟା ଗରିଷ୍ଠତାର ମ୍ୟାଜିକ ନମ୍ବର

ବେଙ୍ଗାଲୁରୁ,୧୩।୫: ବହୁ ପ୍ରତିକ୍ଷିତ କର୍ନାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଏବେ ସାରା ଦେଶର ନଜର ଏହା ଉପରେ ଥିବା ବେଳେ କଂଗ୍ରେସ ଭୋଟ ଗଣତିର ଏକ ଘଣ୍ଟା ମଧ୍ୟରେ ସଂଖ୍ୟା ଗରିଷ୍ଠତାର ମ୍ୟାଜିକ ନମ୍ବର ଛୁଇଁ ସମସ୍ତଙ୍କୁ ଚକିତ କରି ଦେଇଛି। ଏବେ ପୋଷ୍ଟର ବାଲଟର ଗଣତି ହେଉଛି। ସକାଳ ପ୍ରାୟ ୮ଟା ୩୮ ସୁଦ୍ଧା କଂଗ୍ରେସ ୧୧୩ ଆସନରେ ଆଗରେ ଥିବା ଜଣାପଡିଛି। ୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ୧୧୩ ଆସନର ଆବଶ୍ୟକତା ରହିଛି। ତେବେ ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ଖୁବ ଆଗରେ ଥିବା ବେଳେ କିଛି ସମୟ ମଧ୍ୟରେ ଏହା ପୁଣିଥରେ ୧୦୦ ଆସନ ତଳକୁ ଖସି ଆସିଛି।

Share