Categories: ଜାତୀୟ

କର୍ନାଟକ ନିର୍ବାଚନ: କାଉଣ୍ଟିଂ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ବେଙ୍ଗାଲୁରୁ,୧୨।୫: ଶେଷ ହୋଇଛି କର୍ନାଟକ ବିଧାନସଭା ପାଇଁ ଭୋଟ ଗ୍ରହଣ। ଏବେ ସମସ୍ତଙ୍କ ନଜର କେଉଁ ଦଳ ଗଠନ କରିବ ସରକାର। ଆଉ କିଛି ଘଣ୍ଟା ପରେ କାଉଣ୍ଟିଂ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡିଛି। ସୁରକ୍ଷା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଡା ନଜର ରଖାଯାଇଛି। ସୂଚନାଯୋଗ୍ୟ, ମେ’ ୧୦ରେ କର୍ନାଟକ ବିଧାନସଭାର ସମସ୍ତ ୨୨୪ ଆସନ ଲାଗି ଭୋଟ ଗ୍ରହଣ ଶେଷ ହୋଇଛି। ରାଜ୍ୟର ଜନତା ଲୋକତନ୍ତ୍ର ଉପରେ ଭରସା ଦେଖାଇ ୭୨.୬୭ ପ୍ରତିଶତ ମତଦାନ କରିଛନ୍ତି। ଏହି ମତଦାନ ହାରକୁ ଦେଖି କର୍ନାଟକର ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ପୁଣିଥରେ ସରକାର ଗଠନ କରିବାକୁ ଚାହିଁ ବସିଥିବା ବେଳେ କଂଗ୍ରେସ ବି ଅଛି ବେଶ ଆଶାବାଦୀ। ଶନିବାରଭୋଟ ଗଣତି ପରେ ଜଣାପଡିବ କିଏ ଗଠନ କରିବେ ସରକାର।
ଗୋାଟିଏ ପଟେ ଏକଜିଟ ପୋଲ କହୁଛି ଏଥର କର୍ନାଟକରେ କଂଗ୍ରେସ ସରକାର ଗଠନ କରିବ। ତାହାପୁଣି ବହୁମତ ସହ। ଏହାକୁ ଦେଖି କଂଗ୍ରେସ କର୍ମୀ ତାଙ୍କ କାର୍ଯ୍ୟାଳୟରେ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ ହୋଇଗଲେଣି। ଏପଟେ ଭୋଟ ପ୍ରତିଶତକୁ ଦେଖି ଭାଜପା ବି ବିଜୟ ଲକ୍ଷ୍ୟ ରଖିଛି।

Share