Categories: ଜାତୀୟ

କର୍ନାଟକ ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହେଲେ ଭାଜପା ନେତା

ବେଙ୍ଗାଲୁରୁ,୨୭।୩: କର୍ନାଟକରେ ବିଧାନସଭା ନିର୍ବାଚନ ମେ’ରେ ହେବ ବୋଲି ଆଶା କରାଯାଉଛି। ଏହାପୂର୍ବରୁ ରାଜ୍ୟରେ ନେତାଙ୍କ ଦଳ ଅଦଳବଦଳ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ସୋମବାର ଭାଜପାର ପୂର୍ବତନ ଏମ୍‌ପି ମଞ୍ଜୁନାଥ କୁନ୍ନୁର ଏବଂ ବରିଷ୍ଠ ଭାଜପା ନେତା ଦେବରାଜ କଂଗ୍ରେସରେ ଯୋଗ ଦେଇଛନ୍ତି। ଏନେଇ କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ଟୁଇଟ କରି ସୂଚନା ଦେଇଛନ୍ତି। ଟୁଇଟ୍‌ କରି କହିଛନ୍ତି, କଂଗ୍ରେସ ପରିବାର ଦିନକୁ ଦିନ ବୃଦ୍ଧି ପାଉଛି। ଆମେ ଏକ ନୂତନ କର୍ନାଟକ ସୃଷ୍ଟି କରିବୁ। ସେହିପରି ମାର୍ଚ୍ଚ ୨୬ରେ ହରିୟାଣାରେ ୫୬ ଜଣ ନେତା କଂଗ୍ରେସରେ ଯୋଗ ଦେଇଥିଲେ।

Share