Categories: ଜାତୀୟ

କର୍ନଟକ ନିର୍ବାଚନ: ବିନା ଅନୁମତିରେ ବିଜ୍ଞାପନ ପ୍ରକାଶ ନ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୮।୫: ଆଉ ଗୋଟିଏ ଦିନ ଅର୍ଥାତ୍‌ ମେ’୧୦ ତାରିଖରେ କର୍ନଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିନେଇ ରାଜନୀତି ସରଗରମ ରହିଛି। ତେବେ ସୋମବାର ନିର୍ବାଚନୀ ପ୍ରଚାର ଶେଷ ହୋଇଛି। ଏହି ସମୟରେ ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିର୍ଦ୍ଦେଶାବଳୀରେ କୁହାଯାଇଛି, ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ଦିନ ମିଡିଆ ସାର୍ଟିଫିକେଶନ ଏବଂ ତଦାରଖ କମିଟିର ଅନୁମୋଦନ ବିନା କୌଣସି ଦଳ କିମ୍ବା ପ୍ରାର୍ଥୀ କୌଣସି ବିଜ୍ଞାପନ ପ୍ରକାଶ କରିପାରେବେ ନାହିଁ। ଯଦି କେହି ବିଜ୍ଞାପନ ପ୍ରକାଶ କରିବାକୁ ଚାହାନ୍ତି, ତେବେ ସେମାନଙ୍କୁ ଏମ୍‌ସିଏମ୍‌ସିରୁ ଅନୁମତି ନେବାକୁ ପଡିବ।

Share