Categories: ଜାତୀୟ

କର୍ନାଟକ ନିର୍ବାଚନ: ୩୭୫ କୋଟି ଟଙ୍କା ଜବତ

ନୂଆଦିଲ୍ଲୀ, ୧୦ା୫: କର୍ନାଟକ ବିଧାନସଭା ନିର୍ବାଚନ ବୁଧବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଉକ୍ତ ରାଜ୍ୟରୁ ଏପର୍ଯ୍ୟନ୍ତ ମୋଟ ୩୭୫ କୋଟି ଟଙ୍କା ଜବତ ହୋଇଥିବା ନିର୍ବାଚନ କମିଶନ ମଙ୍ଗଳବାର ସୂଚନା ଦେଇଛନ୍ତି। ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨୮୮ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତ କରିଛି। ୨୦୧୮ ବିଧାନସଭା ନିର୍ବାଚନ ତୁଳନାରେ ଏଥର ୪.୫ ଗୁଣ ଅଧିକ ଅର୍ଥ ଜବତ ହୋଇଥିବା ଇସି କହିଛି। ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଏହି ଅର୍ଥ ଉଦ୍ଦିଷ୍ଟ ଥିବା କୁହାଯାଉଛି। କଡ଼ାକଡ଼ି ଯାଞ୍ଚ ସାଙ୍ଗକୁ ପଡୋଶୀ ରାଜ୍ୟ ସହ ଯୋଗାଯୋଗ ଓ ଗୋଇନ୍ଦା ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ବୟ ଯୋଗୁ ଏତେ ପରିମାଣରେ ଟଙ୍କା ଜବତ ହୋଇପାରିଛି। ଜବତ ନଗଦ ଅର୍ଥ ପରିମାଣ ୧୪୭.୪୬ କୋଟି ଟଙ୍କା ହୋଇଥିବାବେଳ ୮୩.୬୬ କୋଟି ଟଙ୍କାର ମଦ ଜବତ ହୋଇଛି। ଏହାବ୍ୟତୀତ ୨୩.୬ କୋଟି ଟଙ୍କାର ଡ୍ରଗ୍ସ, ୯୬.୬ କୋଟି ଟଙ୍କା ମୂଲ୍ୟବାନ ଧାତୁ ଏବଂ ୨୪.୨୧ କୋଟି ଟଙ୍କା ମୂଲ୍ୟର ଉପହାର ଜବତ ହୋଇଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।

Share