ବେଙ୍ଗାଲୁରୁ,୧୭।୪: କର୍ନାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ସୁଧାକରଙ୍କ ଅନୁରୋଧ ସତ୍ତ୍ୱେ କୁମାରସ୍ବାମୀଙ୍କୁ ମଣିପାଲ ହସ୍ପିଟାଲରେ ବେଡ୍ ମିଳି ନ ଥିବା ଜଣାପଡ଼ିଛି। ଶୁକ୍ରବାର ସେ ବେଙ୍ଗାଲୁରୁକୁ ଫେରିବା ପରେ ଅସୁସ୍ଥତା ଅନୁଭବ କରିବାରୁ କରୋନା ଟେଷ୍ଟ କରାଇଥିଲେ। କିଛି ଦିନ ତଳେ ହାର୍ଟ ଅପରେଶନ ହୋଇଥିବା କୁମାରସ୍ବାମୀ କରୋନା ଚିକିତ୍ସା ପାଇଁ ମଣିପାଲ ହସ୍ପିଟାଲରେ ଆଡମିଟ୍ ହେବାକୁ ଯାଇଥିଲେ ହେଁ ଶଯ୍ୟା ଅଭାବରୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ନିଆଯାଇଥିବା ଜଣାପଡ଼ିଛି।