Categories: ଜାତୀୟ

ଏହା ମୋର ଶେଷ ନିର୍ବାଚନ, ରାଜନୀତିରୁ ନେବି ସନ୍ୟାସ: ସିଦ୍ଧରମୈୟା

ନୂଆଦିଲ୍ଲୀ,୧୯।୪: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ସିଦ୍ଧରମୈୟାଙ୍କର ଏହା ହେଉଛି ଶେଷ ନିର୍ବାଚନ। ଏହି ନିର୍ବାଚନ ପରେ ସେ ସକ୍ରିୟ ରାଜନୀତିରୁ ସନ୍ୟାସ ନେବେ। ବୁଧବାର ସିଦ୍ଧରମୈୟା ତାଙ୍କ ଗୃହ ରାଜ୍ୟରେ ଏକ ନିର୍ବାଚନି ରାଲିକୁ ସମ୍ବୋଧିତ କରିବା ସମୟରେ ଏହି ଘୋଷଣା କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ବରୁଣା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢୁଛନ୍ତି। ସିଦ୍ଧରମୈୟା ଗତ ୨୦୧୮ ବିଧାନସଭା ନିର୍ବାଚନ ୨ଟି ଆସନ ବାଦାମୀ ଓ ଚାମୁଣ୍ଡେଶ୍ୱରରୁ ଲଢିଥିଲେ। ହେଲେ ସେ ଚାମୁଣ୍ଡେଶ୍ୱରରୁ ହାରି ଯାଇଥିଲେ। ବାଦାମୀ ଆସନରୁ ସେ ଭାଜପା ପ୍ରାର୍ଥୀଙ୍କୁ ହରାଇଥିଲେ। ଏଥର ସିଦ୍ଧରମୈୟା ବରୁଣା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ନାମାଙ୍କନ ବେଳେ କହିଥିଲେ ଏହା ତାଙ୍କର ଶେଷ ପ୍ରାର୍ଥୀପତ୍ର। ୨୦୨୮ ବିଧାନସଭା ନିର୍ବାଚନ ଲଢିବି ନାହିଁ। ଏହାପରେ ରାଜନୀତିରୁ ସମ୍ପୂର୍ଣ୍ଣ ଭାବେ ସନ୍ୟାସ ନେବି।

Share