Categories: ଜାତୀୟ

ପ୍ରଥମଥର ଲାଗି ଅକ୍ସଫୋର୍ଡ ୟୁନିଭର୍ସିଟି ଛାତ୍ରସଂଘର ସଭାପତି ହେଲେ ଭାରତୀୟ ଛାତ୍ରୀ

ନୂଆଦିଲ୍ଲୀ,୧୪ ।୨: କର୍ନାଟକର ରଶ୍ମୀ ସାମନ୍ତ କେବେ ଭାବି ନ ଥିଲେ ଗତବର୍ଷ ଜାନୁୟାରୀରେ ସେ ଯେଉଁ ପ୍ରିତିଷ୍ଠିତ ଶିକ୍ଷାନୁଷ୍ଠାନରେ ପାଠପଢିବା ପାଇଁ ଯାଇଥିଲେ ଚଳିତ ବର୍ଷ ଫେବୃୟାରୀରେ ସେ ସେହି ଶିକ୍ଷାନୁଷ୍ଠାନର ଛାତ୍ରସଂଘ ନିର୍ବାଚନ ଜିତି ଖବରର ଶିରୋନାମାରେ ଆସିବେ ବୋଲି । ମଣିପାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରୁ ମେକାନିକାଲ ଇଞ୍ଜିନିୟରିଂ ଶେଷ କରିବା ପରେ ରଶ୍ମୀ ସାତ ମାସ ପୂର୍ବେ ଅକ୍ସଫୋର୍ଡ ୟୁନିଭର୍ସିଟିରେ ନାମ ଲେଖାଇଥିଲେ । ଏବେ ଛାତ୍ରସଂଘ ନିର୍ବାଚନରେ ତାଙ୍କୁ ହଜାର ହଜାର ଭୋଟ ମିଳିବା ସହ ସେ ଛାତ୍ରସଂଘର ସଭାପତି ପାଲଟି ଯାଇଛନ୍ତି । କେବଳ ସେତିକି ନୁହେଁ ପ୍ରଥମଥର ଲାଗି ଜଣେ ଭରତୀୟ ଛାତ୍ରୀ ଭାବେ ଅକ୍ସଫୋର୍ଡ ୟୁିଭର୍ସିଟିର ଛାତ୍ରସଂଘ ସଭାପତି ନିର୍ବାଚିତ ହୋଇଛନ୍ତି । ରଶ୍ମୀଙ୍କ ମାଁ ଜଣେ ଗୃହୀଣି ହୋଇଥିବା ବେଳେ ପିତା ଜଣେ ବ୍ୟବସାୟୀ । ଏହି ବିଜୟ ପରେ ରଶ୍ମୀ କହିଛନ୍ତି ୨୪ ଘଣ୍ଟା ପାଠରେ ଦେବା ଅପେକ୍ଷା ନିଜ ରୁଚି ଉପରେ ବି ଧ୍ୟାନ ଦେବା ଜରୁରୀ ।

Share