Categories: ଜାତୀୟ

‘ମୁଁ ବ୍ଲାକମେଲ କରିବି ନାହିଁ’, ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପୂର୍ବରୁ ଶିବକୁମାର କହିଲେ ସୋନିଆ ଗାନ୍ଧୀ ମୋର ରୋଲ ମଡେଲ

ନୂଆଦିଲ୍ଲୀ,୧୬।୫: କର୍ନାଟକ ନିର୍ବାଚନ ଜିତିବା ପରେ କଂଗ୍ରେସ ନେତା ଡି.କେ. ଶିବକୁମାର ମଙ୍ଗଳବାର ଦିଲ୍ଲୀ ଯାତ୍ରା କରିବେ। ଏହା ପୂର୍ବରୁ ସେ ମିଡିଆ ସହ କଥା ହୋଇ କହିଛନ୍ତି, ଏବେ ସେ ସୁସ୍ଥ ହୋଇଯାଇଛନ୍ତି, ତାଙ୍କର ବିପି କଣ୍ଟ୍ରୋଲରେ ରହିଛି ସେଥିପାଇଁ ସେ ଆଜି ଦିଲ୍ଲୀ ଗସ୍ତ କରୁଛନ୍ତି। ଆଉ ସେଠାରେ ସେ ଯାଇ କଂଗ୍ରେସର ହାଇକମାଣ୍ଡଙ୍କୁ ଭେଟିବେ।

ଶିବକୁମାର ଗଣମାଧ୍ୟମକୁ କହିଛନ୍ତି କି ସେ କୌଣସି ପଦ ପାଇଁ କାହାକୁ ବ୍ଲାକମେଲ କରିବେ ନାହିଁ। ସୋନିଆ ଗାନ୍ଧୀ ତାଙ୍କର ରୋଲ ମଡେଲ। କଂଗ୍ରେସ ଏବେବି ତାଙ୍କ ପରିବାର। ଆମର ସମ୍ବିଧାନ ବହୁତ ମହତ୍ୱପୂର୍ଣ୍ଣ, ସେଥିପାଇଁ ଆମେ ଦଳର ସମସ୍ତ ସଦସ୍ୟଙ୍କ ହିତ ଚାହିଁଥାଉ।

ଡି.କେ ଶିବକୁମାର କହିଛନ୍ତି, ଯଦି ଦଳ ଚାହେଁ ମୋତେ ଦାୟିତ୍ୱ ଦେଇପାରେ, ଏହା ଆମର ମିଳିତ ଗୃହ, ଏଠାରେ ଆମର ସଂଖ୍ୟା ୧୩୫। ମୁଁ ଏଠାରେ କାହାକୁ ଭାଗ କରିବାକୁ ଚାହେଁ ନାହିଁ। ସେମାନେ ମୋତେ ପସନ୍ଦ କରନ୍ତୁ ବା ନ କରନ୍ତୁ, ମୁଁ କାହାକୁ ବ୍ୟାକଷ୍ଟେପ ଦେବି ନାହିଁ କିମ୍ବା କାହାକୁ ବ୍ଲାକମେଲ କରିବି ନାହିଁ ।

ଦଳ ମୋର ଭଗବାନ, ଆମେ ଏହି ପାର୍ଟି ର୍ନିମାଣ କରିଛୁ ଏବଂ ମୁଁ ଏହାର ଏକ ଅଂଶ ଏବଂ ମୁଁ ଏଥିରେ ଏକା ନୁହେଁ ବୋଲି ସେ କହିଛନ୍ତି। ଆମେ ଏହି ଦଳ (କଂଗ୍ରେସ) କରିଛୁ, ଆମେ ଏହି ଘର ତିଆରି କରିଛୁ ଏବଂ ମୁଁ ଏହାର ଏକ ଅଂଶ ଅଟେ। ଜଣେ ମା’ ନିଜ ପିଲାକୁ ସବୁକିଛି ଦେଇଥାଏ ।

Share